ଓଡିଶା

odisha

ETV Bharat / state

ଚଣ୍ଡୀଗଡ ଓ କୋଏମ୍ବାଟୁର ଦେଖିବ ଓଡିଶା ପ୍ରତିଭା

ଚଣ୍ଡୀଗଡରେ ଓଡିଶାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ କରିବେ କମାଲ । କାରଣ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଇନୋଭେଟିଭ ଆଇଡ଼ିଆକୁ ନେଇ ହେଉଥିବା ଜାତୀୟ ସ୍ତରୀୟ ବାହା-ସାଏ ଇଭେଣ୍ଟରେ ଜଲଓ୍ବା ଦେଖାଇବ ବୁର୍ଲା ଭିସୁଟ ବାହା ଗ୍ରୁପର ଅଲ-ଟେରେନ ଭେଇକିଲ୍ ।

By

Published : Aug 8, 2019, 8:00 PM IST

Updated : Aug 9, 2019, 2:58 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଚଣ୍ଡୀଗଡରେ ଓଡିଶାର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ କରିବେ କମାଲ । କାରଣ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଇନୋଭେଟିବ ଆଇଡ଼ିଆକୁ ନେଇ ହେଉଥିବା ଜାତୀୟ ସ୍ତରୀୟ ବାହା-ସାଏ ଇଭେଣ୍ଟରେ ଜଲଓ୍ବା ଦେଖାଇବ ବୁର୍ଲା ଭିସୁଟ ବାହା ଗ୍ରୁପର ଅଲ-ଟେରେନ ଭେଇକିଲ୍ । ଯାହାକୁ 25 ଜଣ ଇଂଜିନିୟରିଂ ଛାତ୍ରଛାତ୍ରୀ 8 ମାସରେ ତିଆରି କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହୋଇଛି10 ଲକ୍ଷ ଟଙ୍କା । ଏହି ଭେଇକିଲର ବିଶେଷ୍ବତ ହେଲା, ଏହା ଯେ କୌଣସି ଖାଲ ଢ଼ିପ ତଥା ମରୁଭୂମିରେ ଅନାୟାସରେ ଚାଲିପାରିବ । ଇଭେଣ୍ଟର ରୁଲ ବୁକ ଅନୁସାରେ ଏହାର ଗତିକୁ 60 କିମିରେ ସୀମିତ ରଖାଯାଇଛି । ଆଉ ଏହାର ନାମ ରଖାଯାଇଛି I-O-K-E 8th ଭର୍ସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଅନ୍ୟପଟେ ଏହି ୟୁନିଭର୍ସିଟିର ଆଉ ଗୋଟିଏ ଛାତ୍ର ଗ୍ରୁପ 'ସୁପ୍ରା' ତିଆରି କରିଛନ୍ତି Ventos-5.0 ସୁପର ରେସିଂ କାର । ଏହାକୁ ମଧ୍ୟ ନିର୍ମାଣ କରିବାରେ ସମାନ ଟଙ୍କା ସହ ସମାନ ସମୟ ଲାଗିଛି । ଏହାର ଘଣ୍ଟା ପ୍ରତି ଗତି ରହିଛି 130 କିମି । ଏହା ଆସନ୍ତା ସେପ୍ଟେମ୍ବର 28 ରୁ କୋଏମ୍ବାଟୁରରେ ହେବାକୁ ଥିବା FFS India ଇଭେଣ୍ଟରେ ପ୍ରଦର୍ଶିତ ହେବ । ପୂର୍ବରୁ ମଧ୍ୟ ଏହି 2 ଗ୍ରୁପ ଜାତୀୟ ସ୍ତରରେ ଅନେକ ସଫଳତା ପାଇ ଅନ୍ତର୍ଜାତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଏଭଳି ସଫଳତାକୁ ନେଇ ଖୁସି ଜାହିର କରିଛନ୍ତି ଡିନ୍ ।

ଏହି ପ୍ରୋଜେକ୍ଟ ପାଇଁ ପାଣ୍ଠି ଯୋଗାଣରେ ବହୁ ସମସ୍ୟା ହୋଇଥିବା କହିଛନ୍ତି ଡିନ । ତେଣୁ ପାଣ୍ଠିର ଅଧିକ ବ୍ୟବସ୍ଥା ହେଲେ ଛାତ୍ରଛାତ୍ରୀ ଆହୁରି ଅନେକ ନୂଆ ଇନୋଭେସନ କରିବେ ବୋଲି କୁହନ୍ତି ସେ। ଆଗାମୀ ଦିନରେ ବିଦ୍ୟୁତ ଚାଳିତ ଭେଇକିଲ୍ ସହ ପାଣି ଉପରେ ଚାଲୁଥିବା ଭେଇକିଲ ନିର୍ମାଣ କରିବାର ଯୋଜନା ଥିବାର ଡିନ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 9, 2019, 2:58 AM IST

ABOUT THE AUTHOR

...view details