ସମ୍ବଲପୁର: ସମ୍ବଲପୁର ଗସ୍ତରେ ଓଡିଶା ମାନବଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ l ଆଜି ସକାଳ ସାଢେ 8ଟାରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ସିଡିଏମପିଏଚଓ ଙ୍କ କକ୍ଷରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, CDMPHO ଓ ସ୍ବାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସମସ୍ୟା, ସୁବିଧା, ଅସୁବିଧା ବିଷୟରେ ପଚାରି ବୁଝିଥିଲେ l
ଏହାପରେ ମାନବଧିକାର କମିଶନ ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସର ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ l ସେ ସିଧାସଳଖ MCH ବିଲଡିଂ ଭିତରକୁ ଯାଇ ଶିଶୁ ଓ ପ୍ରସୂତୀ ବିଭାଗର ରୋଗୀ ସେବା ନେଇ ଡାକ୍ତର ମାନଙ୍କ ସହ ଆଲୋଚନା କରିଥିଲେ l OPD, IPD, ଫିଜିଓଥେରାପି, ଡାଇଲିସିସ ୟୁନିଟ ବୁଲି ଦେଖିଥିଲେ l ଏହି ହସ୍ପିଟାଲ ପରିଦର୍ଶନ ସମୟରେ ଅଲଟ୍ରାସାଉଣ୍ଡ ବିଭାଗ ପରିଦର୍ଶନ ସମୟରେ ସେଠାରେ ଅଲଟ୍ରାସାଉଣ୍ଡ ବିଭାଗ 18-10-23 ରୁ 27-10-23 ପର୍ଯ୍ୟନ୍ତ ବନ୍ଦ ଥିବାର ନୋଟିସ କୁ ଦେଖି ଅସନ୍ତୋଷ ପ୍ରକଟ କରିବା ସହ କାହିଁକି ଓ କାହା ନିର୍ଦେଶ ରେ ଏହା ବନ୍ଦ ରହିଛି ବୋଲି ଜିଲ୍ଲାପାଳଙ୍କ ଉପସ୍ଥିତି ରେ ସେଠାରେ ଥିବା କର୍ମଚାରୀ ଓ CDMPHO ଙ୍କୁ ପ୍ରଶ୍ନ କରିଥିଲେ l
ଅଧିକ ପଢନ୍ତୁ- ପ୍ରଫେସର ବିଧୂଭୂଷଣ ମିଶ୍ର ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି