ସମ୍ବଲପୁର: ପର୍ଯ୍ୟଟନର ବିକାଶ ପାଇଁ ବର୍ତ୍ତମାନ ପଶ୍ଚିମ ଓଡିଶା ଉପରେ ଫୋକସ କରିଛନ୍ତି ରାଜ୍ୟ ସରକାର । ସମଗ୍ର ପଶ୍ଚିମ ଓଡିଶାର ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଉନ୍ନତିକରଣ କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏନେଇ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି।
ଆଗାମୀ ଦିନରେ ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଗୁଡିକର ବିକାଶ କରାଯିବ । ଏଥିପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସୋମବାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ହୀରାକୁଦର ଇକୋ ରିଟ୍ରିଟ ସ୍ଥଳ ପରିଦର୍ଶନ କରିବା ପରେ ସମ୍ବଲପୁର ପ୍ରେସ କ୍ଲବରେ ମିଟ ଦ ପ୍ରେସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଏନେଇ ଏହି ସୂଚନା ଦେଇଛନ୍ତି ।