ଓଡିଶା

odisha

By

Published : Jan 15, 2020, 6:21 PM IST

Updated : Jan 15, 2020, 7:24 PM IST

ETV Bharat / state

ସମ୍ବଲପୁରରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ

ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ସମ୍ବଲପୁର ସମେତ 5ଟି ଜିଲ୍ଲାର କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ସମ୍ବଲପୁରରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ
ସମ୍ବଲପୁରରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ

ସମ୍ବଲପୁର: ରାଜ୍ୟରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ। ବୁଧବାର ସମ୍ବଲପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସେ ସମ୍ବଲପୁର ସମେତ 5ଟି ଜିଲ୍ଲାର କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି।

ସମ୍ବଲପୁରରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ

ଏହି ବୈଠକରେ ସେ ନେତା ଓ କର୍ଯ୍ୟକର୍ତ୍ତାଙ୍କ ସହ କିପରି ସମନ୍ବୟ ରକ୍ଷା କରି ସଂଗଠନକୁ ପୁଣି ଦୃଢ କରାଯାଇପାରିବ ସେନେଇ ଆଲୋଚନା ହୋଇଛି । ଏହାସହ ଅଗାମୀ ଦିନରେ କଂଗ୍ରେସ ତରଫରୁ ଏନ୍‌ଆରସି ଓ ସିଏଏ ବିରୋଧରେ ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି । ଚାଷୀ ଶ୍ରମିକ ସମସ୍ୟା, ବେକାରୀ, ମାନ୍ଦାବସ୍ଥା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ଶିକ୍ଷା, ଚାଷୀ ଆତ୍ମହତ୍ୟା ପରି ସମସ୍ୟା ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ରାଜ୍ୟ ବିଜେଡି ସରକାର ବିଜେପିର ଟିମ୍ ପରି କାର୍ଯ୍ୟ କରୁଛି ଓ ସିଏଏ, ଏନଆରସି ନେଇ ଦୋମୁହାଁ ନୀତି ଅବଲମ୍ବନ କରୁଛି ବୋଲି ଜିତେନ୍ଦ୍ର ସିଂ କହିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 15, 2020, 7:24 PM IST

ABOUT THE AUTHOR

...view details