ଓଡିଶା

odisha

ETV Bharat / state

ଜାଗା ମିଶନର ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର ବସ୍ତିବାସିନ୍ଦାଙ୍କୁ ମିଳିବ ଜମି । ଭିଡିଓ କନଫରେନ୍ସ ଯୋଗେଁ ସମ୍ବଲପୁର ବସ୍ତିବାସିନ୍ଦାଙ୍କ ପାଇଁ ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

By

Published : Nov 11, 2022, 10:13 AM IST

ଜାଗା ମିଶନର ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଜାଗା ମିଶନର ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ସମ୍ବଲପୁର ମହାନଗରରେ ରାଜ୍ୟ ସରକାରଙ୍କ ଜାଗା ମିଶନ ପାଇଁ ଡ୍ରୋନ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ସମ୍ବଲପୁର ମହାନଗରର ବଡ଼ ବଜାର କୁଷ୍ଟାପଡା ଠାରେ ଆଜି ରାଜ୍ୟ ସରକାରଙ୍କ ଜାଗା ମିଶନ ପାଇଁ ଡ୍ରୋନ ସର୍ଭେ ଆରମ୍ଭ ହୋଇଛି ।

ସମ୍ବଲପୁର ସହରରେ ଅନେକ ବସ୍ତି ରହିଛି । ଆଉ ସେହି ବସ୍ତି ବାସିନ୍ଦାମାନଙ୍କର ଘରଡିହ ପଟ୍ଟା ମଧ୍ୟ ନାହିଁ । ଯାହାକୁ ସରକାର ହୃଦୟଙ୍ଗମ କରି ମହାନଗର ଅଞ୍ଚଳବାସୀଙ୍କୁ ଆଜି ଭେଟି ଦେଇଛନ୍ତି ଭୂମି ଅଧିକାର ପ୍ରମାଣପତ୍ର ଓ ବିଜୁ ଆଦର୍ଶ କଲୋନୀ । ଏହି ପରିପ୍ରେକ୍ଷୀରେ ସହରର ବିଭିନ୍ନ ବସ୍ତି ମାନଙ୍କୁ ଡ୍ରୋନ କ୍ୟାମେରା ଜରିଆରେ ସର୍ଭେ କରାଯାଇ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ।

ଜାଗା ମିଶନର ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏହାମଧ୍ୟ ପଢ଼ନ୍ତୁ.ବ୍ରହ୍ମପୁର ମହାନଗର ନିଗମ ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି, ଡ୍ରୋନ ସର୍ଭେ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏହାପରେ ପଡାବାସୀଙ୍କୁ ଭୂମି ପ୍ରମାଣ ପତ୍ର ଦିଆଯିବ । ତେବେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା କହିଛନ୍ତି, "ସମ୍ବଲପୁରରେ ଥିବା ବସ୍ତି ବାସିନ୍ଦାଙ୍କ ପାଇଁ ଜିଲ୍ଲା ବିଜେପି ଅନେକ ଦିନରୁ ଲଢେଇ କରି ଆସୁଥିଲା । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଖୁବ ଶୀଘ୍ର ମିଳିବା କଥା ।" ଯେତେ ଜଲଦି ହୋଇପାରିବ ଲୋକଙ୍କୁ ଜାଗା ଦିଆଯିବ ବୋଲି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା କହିଛନ୍ତି । ସେହିପରି ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିଛନ୍ତି ପ୍ରଧାନମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଥିଲେ ଯେ ପ୍ରତ୍ୟେକ ଘର ଛାତ ଘର ହେବ ତାହା ଆଜି ପୁରା ହେବାକୁ ଯାଉଛି ।

ସେପଟେ ଜାଗା ମିଶନରେ ସାମିଲ ହୋଇଥିବା ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଛନ୍ତି । ଆଜି ସମ୍ବଲପୁରରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ବତୁଲା ଗଙ୍ଗାଧର, ଏସଏମସି କମିଶନର ପ୍ରଦୀପ କୁମାର ସାହୁଙ୍କ ସହ ବହୁ ହିତାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details