ଓଡିଶା

odisha

ETV Bharat / state

ରେପ୍ଲିକା ମାଗାଜିନରେ ସ୍ଥାନ ପାଇଲା ଓଡିଆ ଝିଅଙ୍କ ଫଟୋ-ଫିଚର - mimansa priyadarshin

ମଡେଲିଂ କ୍ଷେତ୍ରରେ ସମ୍ବଲପୁରର ଝିଅ ମିମାଂସାଙ୍କ କମାଲ । ନାମୀଦାମୀ ଫ୍ୟାସନ ମେଗାଜିନର ଫ୍ୟାସନ ରେପ୍ଲିକାରେ ସ୍ଥାନ ପାଇଲା ଏହି ଓଡିଆ ଝିଅଙ୍କ ଫଟୋ ଓ ଫିଚର । ଅଧିକ ପଢନ୍ତୁ...

ରେପ୍ଲିକା ମାଗାଜିନରେ ସ୍ଥାନ ପାଇଲା ଓଡିଆ ଝିଅଙ୍କ ଫଟୋ-ଫିଚର
ରେପ୍ଲିକା ମାଗାଜିନରେ ସ୍ଥାନ ପାଇଲା ଓଡିଆ ଝିଅଙ୍କ ଫଟୋ-ଫିଚର

By

Published : Jul 1, 2021, 7:06 PM IST

ସମ୍ବଲପୁର:ଉତ୍ତର ଭାରତର ଅନ୍ୟତମ ଶ୍ରେଷ୍ଠ ଫ୍ୟାସନ ମାଗାଜିନ 'ଫ୍ୟାସନ ରେପ୍ଲିକା'ରେ ପ୍ରଥମ ଥର ପାଇଁ ସ୍ଥାନ ପାଇଲା ଓଡ଼ିଆ ଝିଅଙ୍କ ଫଟୋ ଓ ଫିଚର । ସମ୍ବଲପୁର ଝିଅ ମିମାଂସା ପ୍ରିୟଦର୍ଶିନୀ ରଥଙ୍କ ଫଟୋ ଓ ଫିଚର ଏଥିରେ ସ୍ଥାନ ପାଇଛି । ପୂର୍ବରୁ ମିମାଂସା ମଡେଲିଂ ଜଗତରେ ଅନେକ ସଫଳତା ହାସଲ କରିଥିବା ବେଳେ ବର୍ତ୍ତମାନ ସେ ଆଉ ଏକ ସଫଳତା ପାଇଛନ୍ତି ।

ରେପ୍ଲିକା ମାଗାଜିନରେ ସ୍ଥାନ ପାଇଲା ଓଡିଆ ଝିଅଙ୍କ ଫଟୋ-ଫିଚର
ରେପ୍ଲିକା ମାଗାଜିନରେ ସ୍ଥାନ ପାଇଲା ଓଡିଆ ଝିଅଙ୍କ ଫଟୋ-ଫିଚର
ରେପ୍ଲିକା ମାଗାଜିନରେ ସ୍ଥାନ ପାଇଲା ଓଡିଆ ଝିଅଙ୍କ ଫଟୋ-ଫିଚର
ରେପ୍ଲିକା ମାଗାଜିନରେ ସ୍ଥାନ ପାଇଲା ଓଡିଆ ଝିଅଙ୍କ ଫଟୋ-ଫିଚର
ପ୍ରଥମ ଓଡ଼ିଆ ଝିଅ ଭାବେ ଏହି ମାଗାଜିନରେ ସ୍ଥାନ ପାଇଛନ୍ତି ବୋଲି ମିମାଂସା ଦାବି କରିଛନ୍ତି । ଆଗକୁ ମଧ୍ୟ ସେ ଓଡିଶା ପାଇଁ ଗୌରବ ଆଣିବେ ବୋଲି ଆଶା ରଖିଛନ୍ତି । ଏହି ସଫଳତା ପାଇଁ ସେ ନିଜ ବାପାମାଆଙ୍କୁ ଶ୍ରେୟ ଦେଇଛନ୍ତି । ପୂର୍ବରୁ ସେ ଅପେରା ମିସ ଇଣ୍ଡିଆ, ଅପେରା ଫ୍ୟାସନ ସୋ, ବି ଷ୍ଟାର, ଅନଲାଇନ ପ୍ରିଜେଣ୍ଟ 2, ମିସ ଡ୍ରିମ ସମ୍ବଲପୁର ଆଦି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ମଧ୍ୟ କୃତିତ୍ବ ହାସଲ କରିଛନ୍ତି ।ତେବେ ଝିଅ ମାନଙ୍କ ଉପରେ ବିଶ୍ୱାସ ରଖି ସୁଯୋଗ ଦେଲେ ଝିଅମାନେ ଯେକୌଣସି ସଫଳତା ପାଇପାରିବେ ବୋଲି ସେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details