ଓଡିଶା

odisha

ETV Bharat / state

ତହସିଲଦାରଙ୍କୁ ସମ୍ବଲପୁର ବିଧାୟକ ଗାଳିଗୁଲଜ ଘଟଣା: ଏସପିଙ୍କୁ ଭେଟିଲା ଓଏଏସ ସଂଘ - ସମ୍ବଲପୁର ଖବର

ସମ୍ବଲପୁର ଜିଲ୍ଲା ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ବିଧାୟକ ଜୟ ନାରାୟଣ ମିଶ୍ର ଗାଳିଗୁଳଜ ଦେଇଥିବା ଅଭିଯୋଗ । ଏ ଘଟଣା ନେଇ ଆଜି(ସୋମବାର) ଓଡିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଏକ ଟିମ ଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି। ଅଧିକ ପଢନ୍ତୁ

ସମ୍ବଲପୁର ବିଧାୟକ ତହସିଲଦାରଙ୍କୁ ଗାଳିଗୁଲଜ ଦେବା ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟିଲା ଓଏଏସ ସଂଘ
ସମ୍ବଲପୁର ବିଧାୟକ ତହସିଲଦାରଙ୍କୁ ଗାଳିଗୁଲଜ ଦେବା ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟିଲା ଓଏଏସ ସଂଘ

By

Published : Feb 21, 2022, 6:33 PM IST

ସମ୍ବଲପୁର: ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଗାଳି ଗୁଳଜ ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏ ଘଟଣା ନେଇ ଆଜି(ସୋମବାର) ଓଡିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଏକ ଟିମ ଏସପି ବାତୁଲା ଗଙ୍ଗାଧରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି। ବିଧାୟକ ଜୟ ନାରାୟଣ ମିଶ୍ର ସଦର ତହସିଲଦାର ଲକ୍ଷ୍ମଣ ଅମାତଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ଧମକ ଦେଇଥିବା ଅଭିଯୋଗ ଆଣିଛି ଓଡିଶା ପ୍ରଶାସନିକ ସେବା ସମ୍ବଲପୁର ଶାଖା।

ସମ୍ବଲପୁର ବିଧାୟକ ତହସିଲଦାରଙ୍କୁ ଗାଳିଗୁଲଜ ଦେବା ଘଟଣା : କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଭେଟିଲା ଓଏଏସ ସଂଘ

ଗତ ଫେବୃଆରୀ 12 ତାରିଖରେ କ୍ଷେତରାଜପୁର ଥାନା ଅନ୍ତର୍ଗତ ଦୁର୍ଗାପାଲି ,କୁସୁମପଡା ଠାରେ ଏକ ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ଯାଇଥିବା ବେଳେ ବିଧାୟକ ଜୟ ନାରାୟଣ ମିଶ୍ର ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ଏହାସହ ଧମକ ଦେଇଥିଲେ ବୋଲି କହିଛି ସମ୍ବଲପୁର ଓଏଏସ ସଂଘ । ଏହି ଘଟଣାର ନିନ୍ଦା କରିବା ସହ ପ୍ରତିବାଦରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ନେତୃତ୍ୱରେ ଏକ ଟିମ ସମ୍ବଲପୁର ଏସପିଙ୍କୁ ଭେଟିଛି ।

ଏହାବି ପଢନ୍ତୁ :ନିର୍ବାଚନୀ ହିଂସା ନେଇ ରାଜ୍ୟ ନିର୍ବାଚନ କମିଶନ ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ବିଜେପି

କାର୍ଯ୍ୟାନୁଷ୍ଠାନ ନେଇ ଏକ ଦାବିପତ୍ର ପ୍ରଦାନ କରିଛି। ସେପଟେ ଘଟଣାର ସତ୍ୟାସତ୍ୟ ନେଇ ସମ୍ବଲପୁର ସମ୍ବାଦଦାତା ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା ନେଇଥିଲେ । ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହା ଏକ ମିଥ୍ୟା ମାମଲା ବୋଲି କହିଛନ୍ତି। ନିର୍ବାଚନ ଚାଲିଥିବାରୁ ଚାପ ସୃଷ୍ଟି କରିବାକୁ ଏମିତି ପଦକ୍ଷେପ ନିଆଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details