ଓଡିଶା

odisha

ETV Bharat / state

ପ୍ରିନ୍ସପାଲଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ - sambalpur

ବୁର୍ଲା ଭିମାସର ନର୍ସିଂ ସ୍କୁଲ ପ୍ରିନ୍ସିପାଲଙ୍କ ବଦଳି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

By

Published : Jul 18, 2019, 9:09 PM IST

ସମ୍ବଲପୁର: ଜିଲ୍ଲାର ବୁର୍ଲା ଭିମାସର ନର୍ସିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଯାଇଛି ଅସନ୍ତୋଷ । ନର୍ସିଂ ସ୍କୁଲର ପ୍ରନ୍ସିପାଲ ଛାତ୍ରଛାତ୍ରୀଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରିବା ସହ ଦୁର୍ବ୍ୟବହାର କରୁଛନ୍ତି, ଛାତ୍ରଛାତ୍ରୀଙ୍କୁ ମୋବାଇଲ ରିଚାର୍ଚ୍ଚ କରିବାକୁ କହିବା ସହ ସେମାନଙ୍କର ଅଭିଭାବକଙ୍କୁ ଦୁର୍ବ୍ୟବହାର କରିବା ସହ ଶାଢ଼ୀ କିଣିବାକୁ କହୁଥିବା ଅଭିଯୋଗ ହୋଇଛି । ଏଥିପାଇଁ ପ୍ରିନ୍ସପାଲଙ୍କୁ ବଦଳି କରିବାକୁ ଦାବି କରି ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏନେଇ ସହରରେ ଶୋଭାଯାତ୍ରା କରିବା ସହ ବୁର୍ଲା ମେଡିକାଲ ଅଧିକ୍ଷକ ଜୟଶ୍ରୀ ଦୋରାଙ୍କୁ ଭେଟିଛନ୍ତି । ତେବେ ଘଟଣାର ତଦନ୍ତ କରିବାକୁ ଏକ ଟିମ ଗଠନ କରାଯାଇଥିବା ସହ ତଦନ୍ତ ରିପୋର୍ଟ ଆସିଲେ ଉପରିସ୍ଥ ଅଧିକାରୀଙ୍କୁ ପଠାଯିବ ବୋଲି ଅଧିକ୍ଷକ ସୂଚନା ଦେଇଛନ୍ତି ।

ଅନ୍ୟପଟେ ନର୍ସିଂ ସ୍କୁଲ ପ୍ରିନ୍ସପାଲ ସ୍ନେହଲତା ଓରାମ ସମସ୍ତ ଅଭିଯୋଗ ଖଣ୍ଡନ କରିଛନ୍ତି । ସେ ସ୍କୁଲରେ ଶୃଙ୍ଖଳା ଆଣିବାକୁ ପଦକ୍ଷେପ ନେବାରୁ ତାଙ୍କୁ ବଦଳି କରିବାକୁ କିଛି ବାହାରିଆ ଲୋକଙ୍କ ସହାୟତାରେ ଛାତ୍ରଛାତ୍ରୀ ଏହି ଆନ୍ଦୋଳନ କରୁଥିବା କହିଛନ୍ତି।

ସମ୍ବଲପୁରରୁ ବାଦସାହା ଜୁଷ୍ମନ ରଣା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details