ଓଡିଶା

odisha

ETV Bharat / state

Nuakhai2023: ବାହାରିଲା ଲଗ୍ନ, 20ରେ ନୂଆଁ ଖାଇବେ ସମ୍ବଲପୁରବାସୀ - 20 ରେ ନୂଆଁଖାଇବେ ସମ୍ବଲପୁରବାସୀ

ସମ୍ବଲପୁର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ଅହୁତ ପଣ୍ଡିତ ମହାସଭା ବୈଠକରେ ଆଜି ଏହି ଶୁଭଲଗ୍ନ ଧାର୍ଯ୍ୟ ହୋଇଛି l ପଣ୍ଡିତ ମହାସଭାର ନିଷ୍ପତି ଅନୁଯାୟୀ ସେପ୍ଟେମ୍ବର 20 ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପୂର୍ବାହ୍ନ 10ଟା 27ରୁ 10ଟା 42 ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କଠାରେ ନୂଆ ଚାଉଳରୁ ପ୍ରସ୍ତୁତ ପ୍ରସାଦ ବା ନବାନ୍ନ ଲାଗି ହେବ l ଅଧିକ ପଢ଼ନ୍ତୁ

Nuakhai2023: ବାହାରିଲା ଲଗ୍ନ, 20 ରେ ନୂଆଁଖାଇବେ ସମ୍ବଲପୁରବାସୀ
Nuakhai2023: ବାହାରିଲା ଲଗ୍ନ, 20 ରେ ନୂଆଁଖାଇବେ ସମ୍ବଲପୁରବାସୀ

By ETV Bharat Odisha Team

Published : Sep 7, 2023, 10:21 PM IST

Nuakhai2023: ବାହାରିଲା ଲଗ୍ନ, 20 ରେ ନୂଆଁଖାଇବେ ସମ୍ବଲପୁରବାସୀ

ସମ୍ବଲପୁର: ପାଖେଇ ଆସିଲାଣି ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ l ଆସନ୍ତା 20 ତାରିଖରେ ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପର୍ବ ପାଳନ କରିବେ l ଏଥିପାଇଁ ଆଜି ଶୁଭଲଗ୍ନ ଧାର୍ଯ୍ୟ ହୋଇଛି l ତଥା ଲଗ୍ନ ବାହାରିଛି ।

ସମ୍ବଲପୁର ଝାଡ଼ୁଆପଡା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ବାରା ଅହୁତ ପଣ୍ଡିତ ମହାସଭା ବୈଠକରେ ଆଜି ଏହି ଶୁଭଲଗ୍ନ ଧାର୍ଯ୍ୟ ହୋଇଛି l ପଣ୍ଡିତ ମହାସଭାର ନିଷ୍ପତି ଅନୁଯାୟୀ ଆସନ୍ତା ସେପ୍ଟେମ୍ବର 20 ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପୂର୍ବାହ୍ନ 10ଟା 27 ରୁ 10ଟା 42 ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ନୂଆ ଚାଉଳରୁ ପ୍ରସ୍ତୁତ ପ୍ରସାଦ ବା ନବାନ୍ନ ଲାଗି ହେବ ।

ଏହାବି ପଢନ୍ତୁ- ପାଖଉଛି ନୂଆଖାଇ, ନବାର୍ଣ୍ଣ ପାଇଁ ଅଭାବ ସରିଆଁ ଧାନ

ଏହାପରେ ଜିଲ୍ଲାବାସୀ ନିଜ ନିଜ ଇଷ୍ଟ ଦେବାଦେବୀ ଓ ପୂର୍ବ ପୁରୁଷଙ୍କୁ ପୂଜାର୍ଚ୍ଚନା କରିବା ପରେ ଘରେ ଘରେ ଏକାଠି ନୂଆଁ ଖାଇବେ । ଚଳିତ ବର୍ଷ ନୂତନ ଭାବେ ଉତ୍ପାଦନ ହୋଇଥିବା ଶାଠିଆ ଧାନର ଚାଉଳରୁ ପ୍ରସ୍ତୁତ କ୍ଷୀରି ଭୋଗକୁ ଘରର ସମସ୍ତେ ଏକାଠି ବସି ଭକ୍ଷଣ କରିବେ l ଏହାପରେ ଘରେ ତିଆରି ହୋଇଥିବା ଭିନ୍ନ ଭିନ୍ନ ପ୍ରକାର ପିଠା ପଣା କ୍ଷୀରି ପୁରୀ, ସହ ନାନାଦୀ ବ୍ୟଞ୍ଜନ ଖାଇବେ ଲୋକେ । ପରେ ପରେ ଆରମ୍ଭ ହେବ ନୂଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ । ପରିବାରର କନିଷ୍ଠ ମାନେ ବରିଷ୍ଠଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବେ । ବଡ଼ ମାନେ କନିଷ୍ଠଙ୍କୁ ଆଶୀର୍ବାଦ ଦେବେ l ନିଜ ପଡା ବା ସାହି ଲୋକଙ୍କ ସହ ହେବ ଜୁହାର ଭେଟ କାର୍ଯ୍ୟକ୍ରମ l

ଅନ୍ୟପଟେ ସନ୍ଧ୍ୟା ସମୟରେ ଆୟୋଜିତ ହେବ ବିଭିନ୍ନ ପ୍ରକାର ଖେଳ କୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ପାରିବାରିକ, ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନ ସହ ପ୍ରକୃତି ପୂଜାର ତତ୍ତ୍ବକୁ ବହନ କରୁଥିବା ନୂଆଁଖାଇର ଏ ହେଉଛି ପରମ୍ପରା ।

ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରଦିନ ତଥା ନନ୍ଦୋତ୍ସବ ଦିନ ସମ୍ବଲପୁରର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଅନୁଷ୍ଠିତ ହୋଇଥାଏ । ପଣ୍ଡିତ ମହାସବାରେ ମା' ସମଲେଶ୍ବରୀଙ୍କ ଜାତକ ଅନୁସାରେ ନବାନ୍ନ କେଉଁ ସମୟରେ ଲାଗିବ ସେହି ଶୁଭ ସମୟ ବା ମାହେନ୍ଦ୍ର ବେଳା ଧାର୍ଯ୍ୟ ହୋଇଥାଏ । ଏହି ଶୁଭଲଗ୍ନ ଧାର୍ଯ୍ୟ ପରେ ମା ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଅବଗତ କରାଯାଇଥାଏ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details