ସମ୍ବଲପୁର: ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛି କୋରୋନା ଆତଙ୍କ । ଗୁରୁବାର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ କୋରୋନା ସଂକ୍ରମିତ । ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 16ରେ ପହଞ୍ଚିଛି । ଗୁରୁବାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଗତ 25 ତାରିଖରେ ମୁମ୍ବାଇରୁ ଫେରିଥିଲେ । ସେ ଫେରିବା ପରେ ସମ୍ବଲପୁର ହୀରାକୁଦ ଲରପଙ୍କସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହି ଆସୁଥିଲେ ।
ସମ୍ବଲପୁରରେ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 16କୁ ବୃଦ୍ଧି - ସମ୍ବଲପୁରରେ ଆକ୍ରାନ୍ତ ଚିହ୍ନଟ
ଜିଲ୍ଲାରେ ପୁଣି ମୁଣ୍ଡ ଟେକିଛି କୋରୋନା ଆତଙ୍କ । ଗୁରୁବାର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ଆଉ ଜଣେ କୋରୋନା ସଂକ୍ରମିତ । ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 16ରେ ପହଞ୍ଚିଛି ।
![ସମ୍ବଲପୁରରେ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 16କୁ ବୃଦ୍ଧି corona in sambalpur, corona update, corona positive found in sambalpur, sambalpur latest news, ସମ୍ବଲପୁରରେ କୋରୋନା, କୋରୋନା ଅପଡେଟ, ସମ୍ବଲପୁରରେ ଆକ୍ରାନ୍ତ ଚିହ୍ନଟ, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍](https://etvbharatimages.akamaized.net/etvbharat/prod-images/768-512-7476794-409-7476794-1591275467308.jpg)
ସମ୍ବଲପୁରରେ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 16କୁ ବୃଦ୍ଧି
ତାଙ୍କ ପାଖରେ କୋରୋନାର କୌଣସି ଲକ୍ଷଣ ନଥିବା ଜଣା ପଡ଼ିଛି । ତେବେ ସେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏଥିସହ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ