ସମ୍ବଲପୁର: ରାଜ୍ୟରେ କାୟା ମେଲାଉଛି କୋରୋନା । ଆଜି ସମ୍ବଲପୁରରୁ ପୁଣି ନୂଆ 73 ପଜିଟିଭ ମାମଲା ଚିହ୍ନଟ ହୋଇଛି ।
ମଙ୍ଗଳବାର ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ସମ୍ବଲପୁର ମହାନଗର ନିଗମ, ମାନେଶ୍ବର, ରେଙ୍ଗାଲି, କୁଚିଣ୍ଡା, ଜମନକିରା, ଯୁଜୁମୁରା, ରେଢାଖୋଲ, ନାକଟି ଦେଉଳର ଅଞ୍ଚଳର ଅଟନ୍ତି । ଏବେ ସୁଦ୍ଧା ସମ୍ବଲପୁରରେ ସମୁଦାୟ 6ହଜାର 5ଶହ 90ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ 5ହଜାର 4ଶହ 93ଜଣ ସୁସ୍ଥ ହୋଇଛନ୍ତି ।