ସମ୍ବଲପୁର : ବର୍ତ୍ତମାନ ସଡ଼କ ସୁରକ୍ଷା ସପ୍ତାହ ଜାରି ରହିଛି l ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି l ସଡ଼କ ଦୁର୍ଘଟଣାରେ ସବୁଠାରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଥିବାରୁ ପରିବହନ ବିଭାଗ ପକ୍ଷରୁ ଏବେ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ସହର ତପସ୍ୱିନୀ ଜିଲ୍ଲା ପ୍ରେକ୍ଷାଳୟ ରେ ଏକ ସର୍ଟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ରେ 84 ମିନିଟରେ 7ଟି ଭାଷାର 42ଟି ସଚେତନତାଧର୍ମୀ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା l ସମ୍ବଲପୁର ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ଫିଲ୍ମ ଦେଖା ଯାଇଥିବା ବେଳେ ବିଭିନ୍ନ ବର୍ଗର ଲୋକ ଏହି ଫିଲ୍ମ ଦେଖିଥିଲେ l ସର୍ଟ ଫିଲ୍ମଗୁଡ଼ିକ ମୁଖ୍ୟତଃ ସଡ଼କ ଦୁର୍ଘଟଣାର କାରଣ ଓ ଏହାକୁ କିପରି ଏଡ଼ାଇ ଦିଆଯାଇପାରିବ ସେନେଇ ସଚେତନତା ଦିଆଯାଇଥିଲା । ଏହାସହ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଜିଲ୍ଲା ପରିବହନ ଅଧିକାରୀ ରାମ ଦାସ ଟୁଡୁ, ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର ଲାଲ ମୋହନ ସେଠି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ପରାମର୍ଶ ଦେଇଥିଲେ l
ଏହା ମଧ୍ୟ ପଢନ୍ତୁ ...ପରିବେଶ ସୁରକ୍ଷା ନେଇ ସମ୍ବଲପୁର ବନ ବିଭାଗର ନିଆରା ପଦକ୍ଷେପ, ପଥର ଉପରେ ସବୁଜିମା ସୃଷ୍ଟି