ଓଡିଶା

odisha

ETV Bharat / state

ମିଳିଲା ପ୍ରତିଶୃତି, ରାସ୍ତା ଅବରୋଧ ଆନ୍ଦୋଳନ ସ୍ଥଗିତ - ସମ୍ବଲପୁର କଟଜ ରାଜପଥର ଦୁରାବସ୍ଥା ବି

ସମ୍ବଲପୁର କଟକ ରାଜପଥର ଦୁରାବସ୍ଥା ବିରୋଧର ଆନ୍ଦୋଳନ ସ୍ଥଗିତ। ସମ୍ବଲପୁର କଟକ ରାଜପଥର ସମ୍ବଲପୁରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ । ଅଧିକ ପଢନ୍ତୁ

Redakhol Nagarik Manch suspends agitation against poor condition of Cuttack-Sambalpur highway
ସମ୍ବଲପୁର କଟଜ ରାଜପଥର ଦୁରାବସ୍ଥା ବିରୋଧରେ ଆନ୍ଦୋଳନକୁ ସ୍ଥଗିତ ରଖିଲା ରେଢ଼ାଖୋଲ ନାଗରିକ ମଞ୍ଚ

By

Published : Jun 26, 2022, 3:52 PM IST

ସମ୍ବଲପୁର: ସମ୍ବଲପୁର-କଟକ ରାଜପଥର ଦୂରାବସ୍ଥା ନେଇ ଆଜି ରେଢ଼ାଖୋଲ ଥାନା ପରିସରରେ ରେଢ଼ାଖୋଲ ନାଗରିକ କମିଟି, NHAI କର୍ତ୍ତୃପକ୍ଷ ଓ ରାସ୍ତା ନିର୍ମାଣ ଓ ମରାମତି କରୁଥିବା ଠିକା ସଂସ୍ଥା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁରରୁ ରେଢ଼ାଖୋଲ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବହୁତ ଖରାପ ଥିବାବେଳେ ଏହାର ନିର୍ମାଣ ଓ ମରାମତି କାର୍ଯ୍ୟ ବହୁତ ଧିମେଇ ଯାଇଥିବାରୁ ଲୋକେ ବହୁତ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେରେ ରଖି ରେଢ଼ାଖୋଲ ନାଗରିକ କମିଟି ଗତକାଲି ଉପଜିଲ୍ଲାପାଳଙ୍କୁ ରାଜରାସ୍ତା ଅବରୋଧ ଆନ୍ଦୋଳନ କରିବାକୁ ଅନୁମତି ମାଗିଥିଲା । ତେବେ ଏନେଇ ଆଜି ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ରେଢ଼ାଖୋଲ ଥାନା ପରିସର ରେ ରେଢ଼ାଖୋଲ ନାଗରିକ କମିଟି,NHAI ଓ ରାସ୍ତା ନିର୍ମାଣ କରୁଥିବା ସଂସ୍ଥା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ।

ସମ୍ବଲପୁର କଟଜ ରାଜପଥର ଦୁରାବସ୍ଥା ବିରୋଧରେ ଆନ୍ଦୋଳନକୁ ସ୍ଥଗିତ ରଖିଲା ରେଢ଼ାଖୋଲ ନାଗରିକ ମଞ୍ଚ

ଏହି ବୈଠକରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଆସନ୍ତା 15 ଦିନ ଭିତରେ ରେଢ଼ାଖୋଲରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ନାଗରିକ କମିଟି ରାଜରାସ୍ତା ଅବରୋଧ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏପରିକି କମିଟି ରାସ୍ତା ନିର୍ମାଣ କାରୀ ସଂସ୍ଥାକୁ 15 ଦିନ ପରିବର୍ତ୍ତେ 1 ମାସର ସମୟ ସୀମା ଦେଇଛି । ଏହି ସମୟ ମଧ୍ୟରେ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଲେ ରାଜରାସ୍ତା ଅବରୋଧ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।

ଆଜିର ଏହି ବୈଠକରେ ରେଢ଼ାଖୋଲ ନାଗରିକ କମିଟିର ପ୍ରମୁଖ ସଦସ୍ୟ ରେଢ଼ାଖୋଲ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, NAC ଅଧ୍ୟକ୍ଷ ଶିବରାମ ସାହୁ, ରେଢ଼ାଖୋଲ ଓକିଲ ସଂଘର ସଭାପତି ଅଭୟ କୁମାର ବିରଙ୍କ ସହ NHAIର ଅଧିକାରୀ ଚନ୍ଦନ କୁମାର ଓ ନିର୍ମାଣ କାରୀ ଠିକା ସଂସ୍ଥାର ଅଧିକାରୀ ଏସକେ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details