ଓଡିଶା

odisha

By ETV Bharat Odisha Team

Published : Dec 6, 2023, 4:47 PM IST

ETV Bharat / state

ମିଶନ ୨୦୨୪: ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେଡିର' ମୁଁ ବି ହେବି ନବୀନ ଓଡିଶାର ସାରଥୀ' କାର୍ଯ୍ୟକ୍ରମ

Mu bi hebi naveen odisha ra sarathi Pogramme: ସାଧାରଣ ନିର୍ବାଚନ ଯେତିକି ପାଖଉଛି ରାଜନୀତି ପାଣିପାଗ ସେତେ ସରଗରମ ହେବାରେ ଲାଗିଛି । ଦଳକୁ ମଜବୁତ କରିବାକୁ ଭିନ୍ନ ଭନ୍ନ କାର୍ଯ୍ୟପନ୍ଥା ଆପଣାଇଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ଏହାରି ଭିତରେ ଯୁବ ଭୋଟରଙ୍କୁ ହାତେଇବା ପାଇଁ ବିଜେଡିର 'ମୁଁ ବି ହେବି ନବୀନ ଓଡିଶାର ସାରଥୀ' କାର୍ଯ୍ୟକ୍ରମ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

'ମୁଁ ବି ହେବି ନବୀନ ଓଡିଶାର ସାରଥୀ'
'ମୁଁ ବି ହେବି ନବୀନ ଓଡିଶାର ସାରଥୀ'

'ମୁଁ ବି ହେବି ନବୀନ ଓଡିଶାର ସାରଥୀ'

ସମ୍ବଲପୁର:ସାଧାରଣ ନିର୍ବାଚନ 2024କୁ ଆଉ କିଛି ମାସ ବାକି ରହିଛି । ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପାଇଁ ପ୍ରସ୍ତୁତ ଆରମ୍ଭ କଲେଣି ଦଳ । ବିଜେଡି, ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଯୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଏଥିପାଇଁ ପ୍ରତ୍ୟେକ ଦଳ ବର୍ତ୍ତମାନ ସଭା ସମିତି ଏବଂ ବିଭିନ୍ନ ପ୍ରକାରର ଆନ୍ଦୋଳନ କରି ଏକ ପ୍ରକାର ନିର୍ବାଚନ ରଣକ୍ଷେତ୍ରରେ ଲଢ଼ିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ଶାସକ ବିଜେଡି ଦଳ ସବୁଠାରୁ ଆଗରେ ରହିଛି ।

ତେବେ ପଶ୍ଚିମ ଓଡିଶାର ପ୍ରାଣ କେନ୍ଦ୍ର କୁହାଯାଉଥିବା ସମ୍ବଲପୁର ଜିଲ୍ଲାରେ ମଧ୍ୟ ଶାସକ ବିଜେଡି ବିଗତ କିଛି ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମ କରି ଯୁବ ସଂଗଠନକୁ ତୃଣମୂଳ ସ୍ତରରୁ ସୁଧାରିବାକୁ ଚେଷ୍ଟା କରୁଛି । ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ଧନୁପାଲି ଛକ-ଦେବଗଡ଼ ରୋଡ଼ ସ୍ଥିତ ଏକ କଲ୍ୟାଣ ମଣ୍ଡପରେ 'ମୁଁ ବି ହେବି ନବୀନ ଓଡିଶାର ସାରଥୀ' କାର୍ଯ୍ୟକ୍ରମ ସମ୍ବଲପୁର ଯୁବ ଛାତ୍ର ବିଜେଡି ପକ୍ଷରୁ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀଙ୍କ ସମେତ ରାଜ୍ୟ ସ୍ତରୀୟ ବିଜେଡି ନେତା ଓ ବିଧାୟକ ଯୋଗ ଦେଇ ଆଗାମୀ ନିର୍ବାଚନ ନେଇ ଯୁବ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ବ୍ରହ୍ମପୁରରେ 'ମୁଁ ବି ହେବି ନବୀନ ଓଡିଶାର ସାରଥି' କାର୍ଯ୍ୟକ୍ରମ ଆୟୋଜିତ

ସମ୍ବଲପୁର ଜିଲ୍ଲାରେ ଯୁବ ଛାତ୍ର ଗୋଷ୍ଠୀ କିପରି ତୃଣମୂଳ ସ୍ତରକୁ ଯାଇ ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ଅବଗତ କରାଇ ସେଥିର ଲାଭ ଉଠାଇବାରେ ସାହାଯ୍ୟ କରିବେ ଓ ପରେ ସଂଗଠନକୁ ସୁଦୃଢ଼ କରିବେ ସେନେଇ ପରାମର୍ଶ ଦେଇଥିଲେ ବିଜେଡି ନେତା । ସଂଗଠନ ଗୋଟିଏ ଦିନରେ ତିଆରି ହୋଇ ନଥାଏ, ଏହା ଏକ ନିରନ୍ତର ପ୍ରକ୍ରିୟା ବୋଲି ବରିଷ୍ଠ ବିଜେଡି ନେତାମାନେ ଯୋଗ ଦେଇଥିବା ଯୁବ ଓ ଛାତ୍ର ନେତାକୁ କହିଥିଲେ ।

ଏହି ଅବସରରେ ବିଗତ 22 ବର୍ଷରେ ରାଜ୍ୟ ସରକାରଙ୍କ ସଫଳତା ନେଇ ଗୁରୁତ୍ୱରୋପ କରାଯିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ପ୍ରମୁଖ ବିଜେଡି ନେତା । ତେବେ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ସମ୍ବଲପୁର ଜୋନ ଛାତ୍ର ବିଜେଡି ସଭାପତି ମିଳନ ହୋତା, ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଧର୍ମଶାଳାର ବିଧାୟକ ପ୍ରଣବ ବଲଵନ୍ତ ରାୟ ଏବଂ ରାଜ୍ୟ ଯୁବ ବିଜେଡି ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details