ସମ୍ବଲପୁର:ସମ୍ବଲପୁରରେ ଚାଞ୍ଚଲ୍ୟ। ଘର ଭିତରୁ ମାଆ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଅଇଁଠାପାଲି ଥାନା ଅନ୍ତର୍ଗତ ଟାଙ୍ଗରପାଲି ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ । ଦୁଇ ମୃତକ ହେଉଛନ୍ତି ଜୋତ୍ସ୍ନାରାଣୀ ଦାସ ଓ ତାଙ୍କ ପୁଅ ସୁଧୀର ପଣ୍ଡା ।
ମିଳିଥିବା ସୂଚନା ଅନୁୟାୟୀ, ଆଜି ସକାଳ ସମୟରେ ଘର ଭିତରେ ମାଆ ଜୋତ୍ସ୍ନାରାଣୀ ଓ ପୁଅ ତାଙ୍କ ପୁଅ ସୁଧୀର ପଣ୍ଡାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଘରର ସହାୟିକା । ଏନେଇ ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା ପରେ ସେମାନେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଛି । ପାରିପାର୍ଶ୍ବିକ ସ୍ଥିତିରୁ ଉଭୟ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି, କିନ୍ତୁ ପ୍ରକୃତ କାରଣ ଜଣାପଡ଼ିନି । ଯଦି ଉଭୟ ଆତ୍ମହତ୍ୟା କରିଛନ୍ତି ତେବେ ଏହା ପଛର କାରଣ କଣ, କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଲେ ମାଆ ପୁଅ ସେ ଦିଗରେ ତଦନ୍ତ କରିବ ପୋଲିସ ।
ଏହା ମଧ୍ୟ ପଢନ୍ତୁ-ବିଧାୟକ କ୍ବାର୍ଟର୍ସରୁ ମିଳିଲା ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ