ସମ୍ବଲପୁର: ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ଅଘଟଣ । ଟ୍ରେନ ଭିତରୁ ମା’ ଝିଅ ନିଖୋଜ। ଗତ ୨୫ ତାରିଖରେ ହୀରାକୁଦର ଶିପ୍ରାଞ୍ଜଳୀ ଜେନା ନିଜର ୭ ବର୍ଷର ଝିଅ ସହ ଭୁବନେଶ୍ୱର ଯିବା ପାଇଁ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ସିଟି ଷ୍ଟେସନରୁ ଚଢିଥିଲେ। ଗତ ୨୫ ତାରିଖ ସକାଳ ୭ ଟା ୫୭ରେ ସେ ଟ୍ରେନରେ ଚଢିଥିଲେ ଓ ଟ୍ରେନ ଛାଡିଲା ପରେ ନିଜ ସ୍ୱାମୀଙ୍କୁ ଫୋନ ମଧ୍ୟ କରିଥିଲେ ବୋଲି ତାଙ୍କ ସ୍ୱାମୀ କହିଛନ୍ତି । ତେବେ ୮ଟା ୪୭ ପର୍ଯ୍ୟନ୍ତ ତାଙ୍କର ଫୋନ ଲାଗିଥିଲା ଓ ୯ଟା ୪ମିନିଟ ପରେ ତାଙ୍କର ଫୋନ ସୁଇଚ ଅଫ ହୋଇଯାଇଥିଲା ବୋଲି ତାଙ୍କର ସ୍ୱାମୀ କହିଛନ୍ତି। ପରେ ସେ ଭୁବନେଶ୍ୱରରେ ପହଞ୍ଚି ନଥିଲେ । ଏହା ପରେ ତାଙ୍କର ସ୍ୱାମୀ ହୀରାକୁଦସ୍ଥିତ ମହିଳାଙ୍କ ଭିଣୋଇଙ୍କୁ ଯୋଗାଯୋଗ କରିଥଲେ । ସୂଚନା ପାଇବା ପରେ ତାଙ୍କର ଭିଣୋଇ ଧର୍ମେନ୍ଦ୍ର ସ୍ୱାଇଁ ଏନେଇ ସମ୍ବଲପୁର ଜିଆରପି ଥାନାରେ ଏତଲା ଦେଇଛନ୍ତି । ବର୍ତ୍ତମାନ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି ।
ଟ୍ରେନ ଭିତରୁ ମା’ ଝିଅ ନିଖୋଜ: GRP ଥାନାରେ ଏତଲା - sambalpur train missing case
ଟ୍ରେନ ଭିତରୁ ମା’ ଝିଅ ନିଖୋଜ । ଗତ ୨୫ ତାରିଖରେ ହୀରାକୁଦର ଶିପ୍ରାଞ୍ଜଳୀ ଜେନା ନିଜର ୭ ବର୍ଷର ଝିଅ ସହ ଭୁବନେଶ୍ୱର ଯିବା ପାଇଁ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ସିଟି ଷ୍ଟେସନରୁ ଚଢିଥିଲେ । ହେଲେ ଆଉ ସେ ଫେରିନଥିଲେ । ଅଧିକ ପଢନ୍ତୁ...

ଟ୍ରେନ ଭିତରୁ ମା’ ଝିଅ ନିଖୋଜ: GRP ଥାନାରେ ଏତଲା
ଟ୍ରେନ ଭିତରୁ ମା’ ଝିଅ ନିଖୋଜ: GRP ଥାନାରେ ଏତଲା
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ