ସମ୍ବଲପୁର: ହୀରାକୁଦ ଡ୍ୟାମରୁ ଗତ କିଛି ଦିନ ହେଲା 5 ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ରବିବାର 2ଟି ଗେଟକୁ ବନ୍ଦ କରାଯାଇଛି। ବର୍ତ୍ତମାନ 3ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସତ ହେଉଛି।
ହୀରାକୁଦରେ ଆଉ 2 ଗେଟ ବନ୍ଦ, 3ଟିରେ ଚାଲିଛି ଜଳ ନିଷ୍କାସନ
ହୀରୀକୁଦର ଆଉ ଦୁଇଟି ଗେଟ ବନ୍ଦ ହେବା ପରେ ବର୍ତ୍ତମାନ 3ଟି ଗେଟରେ ଚାଲିଛି ଜଳ ନିଷ୍କାସନ। ଡ୍ୟାମରୁ ଗତ କିଛି ଦିନ ହେବ 5ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିଲା।
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର 630.00 ଫୁଟ ରହିଛି । ଏବେ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ପ୍ରତି ସେକେଣ୍ଡରେ 70,398 କ୍ୟୁସେକ ଜଳ ପ୍ରଵେଶ କରୁଥିବା ବେଳେ 3ଟି ଗେଟ ଦେଇ 70,398 କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଆଗକୁ ପରିସ୍ଥିତି ଦେଖି ଗେଟ ବନ୍ଦ କରିବାର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ