ସମ୍ବଲପୁର: ଶିକ୍ଷକଙ୍କୁ ମୋବାଇଲା ମନା । ଏଣିକି ଶ୍ରେଣୀଗୃହ(Classroom)କୁ ମୋବାଇଲ ନେଇ ପାରିବେନି ଶିକ୍ଷକ । ଶିକ୍ଷାଦାନ ପାଇଁ କ୍ଲାସରୁମକୁ ଯିବା ପୂର୍ବରୁ ନିଜ ମୋବାଇଲ ଅଫିସରେ ରଖି ଯିବାକୁ ପଡିବ । ପିଲାଙ୍କ ପାଠପଢାରେ କୌଣସି ପ୍ରକାର ବିଶୃଙ୍ଖଳା ନ ହେବା ଲାଗି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳ ।
ଶ୍ରେଣୀଗୃହରେ ଶିକ୍ଷକଙ୍କୁ ମୋବାଇଲା ମନା - ଶ୍ରେଣୀଗୃହରେ ମୋବାଇଲ ଧରିବେନି ଶିକ୍ଷକ
ଏଣିକି ଶ୍ରେଣୀଗୃହରେ ମୋବାଇଲ ବ୍ୟବହାର କରିପାରିବେନି ଶିକ୍ଷକ । କଟକଣା ଲଗାଇଲେ ଜିଲ୍ଲା ଶିକ୍ଷା ଅଧିକାରୀ । ଅଧିକ ପଢନ୍ତୁ

ଶ୍ରେଣୀଗୃହରେ ଶିକ୍ଷକଙ୍କୁ ମୋବାଇଲା ମନା
ଶ୍ରେଣୀଗୃହରେ ଶିକ୍ଷକଙ୍କୁ ମୋବାଇଲା ମନା
ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସମୟରେ ଏହିଭଳି ଘଟଣା ଦେଖିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ କ୍ଲାସ ରୁମରେ ମୋବାଇଲ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି । ତାଙ୍କ କହିବା କଥା, ଶିକ୍ଷାଦାନ ଚାଲୁଥିବା ବେଳେ ଶିକ୍ଷକଙ୍କ ଫୋନ କଲ୍ ଆସିଲେ ଏହା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଧ୍ୟାନ ଭଙ୍ଗ କରିଥାଏ । ପାଠପଢାରେ ବ୍ୟାଘାତ ନ ଉପୁଜିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ
Last Updated : Dec 29, 2021, 8:15 AM IST