ସମ୍ବଲପୁର: ଗୋରୁ ବେପାରୀଙ୍କ ବୋଲେରୋରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । ଡ୍ରାଇଭରଙ୍କୁ ମାଡ ମାରି ଗଛରେ ବାନ୍ଧି 50 ହଜାର ଲୁଟି ନେଇ ମାରିଲେ ଚମ୍ପଟ । ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ l ଝାରସୁଗୁଡା ଜିଲ୍ଲା ଝରିଆବାହାଲ ଗୋରୁ ହାଟରୁ ନେଇ ଜଣେ ବେପାରୀ ଯାଉଥିବା ବେଳେ ଜିଲ୍ଲାର ମହୁଲପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା l ଏନେଇ ହୁଲପାଲି ଥାନାରେ ଅଭିଯୋଗ ହୋଇଛି । ପୋଲିସ 6 ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଲୁଟ ଟଙ୍କା ପୋଲିସ ଜବତ କରିଛି ନା ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏହି ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ । କାହାରିକୁ ଗିରଫ କରାଯାଇନାହିଁ ।
ଏହା ମଧ୍ୟ ପଢନ୍ତୁ-ମାତିଲେ ଦୁର୍ବୃତ୍ତ, ରାତି ଅଧରେ ଘରେ ପଶି ଜାଳି ଦେଲେ ୧୦ ଗାଡି
ଗୁରୁବାର ରାତିରେ କେନ୍ଦୁଝର ଜିଲ୍ଲାର ଗୁରୁଚରଣ ଗିରି ନାମକ ଜଣେ ଗୋରୁ ବେପାରୀ 40 ଗୋଟି ଗୋରୁ ଝରିଆବାହାଲ ବଜାରରୁ କିଣିଥିଲେ । ଏହାପରେ ବେପାରୀ ଜଣଙ୍କ ବୋଲେରୋରେ ଯାଉଥିବା ବେଳେ ତାଙ୍କର କେତେକ ସହଯୋଗୀ ସମସ୍ତ ଗୋରୁକୁ ଚଲାଇ ଚଲାଇ କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳ ଦେଇ ଯାଉଥିଲେ । ହଠାତ୍ ରାଜବନ୍ଧ ନିକଟ ଜଙ୍ଗଲରେ 6 ଜଣ ଦୁର୍ବୃତ୍ତ ଗୋରୁ ବେପାରୀଙ୍କୁ ଅଟକାଇ ମାରପିଟ କରିବା ସହିତ ବୋଲେରୋରେ ନିଆଁ ଲଗାଇ ଦେଇଥିଲେ । ଭୟରେ ବେପାରୀ ଜଣଙ୍କ ବାହାରୁକୁ ବାହାରି ଆସିବା ବେଳେ ଡ୍ରାଇଭରକୁ ଗଛରେ ବାନ୍ଧି ୫୦ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏନେଇ ଆହତ ବେପାରୀଙ୍କ ପକ୍ଷରୁ ମହୁଲପାଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।