ଓଡିଶା

odisha

ETV Bharat / state

ନର୍ସଙ୍କ ଘରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଜାରି

ବୁର୍ଲା ଭୀମସାର ମେଡିକାଲରେ କାର୍ଯ୍ୟରତ ଜଣେ ନର୍ସଙ୍କ ଘରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଜଶୀପୁର ଅଞ୍ଚଳର ଗୁରୁବାରୀ ମୁଣ୍ଡା(15) ।

By

Published : Aug 23, 2019, 10:20 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ବୁର୍ଲା ଭୀମସାର ମେଡିକାଲରେ କାର୍ଯ୍ୟରତ ଜଣେ ନର୍ସଙ୍କ ଘରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ମୃତକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଜଶୀପୁର ଅଞ୍ଚଳର ଗୁରୁବାରୀ ମୁଣ୍ଡା(15) । ନାବାଳିକା ଜଣଙ୍କ ବେକରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଠାବ ହୋଇଥିବାରୁ ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୂଚନା ଅନୁଯାୟୀ ବୁର୍ଲା ଭୀମସାର ମେଡିକାଲରେ କାର୍ଯ୍ୟରତ ନର୍ସ ଫୁଲମଣ ମହନ୍ତଙ୍କ ଘରେ ଗତ 6 ମାସ ହେବ ଗୁରୁବାରୀ କାମ କରିଆସୁଥିଲେ । ହେଲେ ହଠାତ୍‌ ଘରୁ ତାଙ୍କ ମୃତଦେହ ଠାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ମୃତକଙ୍କ ବେକରେ ରଶି ଲାଗିଥିବା ଦେଖି ଏହାକୁ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିଲେ ମଧ୍ୟ କିଛି ସ୍ପଷ୍ଟ ହୋଇ ନାହିଁ । ତେବେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ସ୍ପଷ୍ଟ କରିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details