ଓଡିଶା

odisha

ETV Bharat / state

ମହଙ୍ଗା ପଡିଲା ବାଇକ ଚାଳନା, 30 ହଜାର ଫାଇନ ଗଣିଲେ ନାବାଳକ

କାନରେ ଇଅର ଫୋନ ଲଗାଇ ଦାମୀ ବାଇକରେ ଆସୁଥିଲେ ନାବାଳକ । 30 ହଜାର ଟଙ୍କାର ଫାଇନ କାଟିଲା ପୋଲିସ । ଜାଣନ୍ତୁ କେଉଁଠି

By

Published : Dec 26, 2021, 7:20 AM IST

ମହଙ୍ଗା ପଡିଲା ବାଇକ ଚାଳନା, 30 ହଜାର ଫାଇନ ଗଣିଲେ ନାବାଳକ
ମହଙ୍ଗା ପଡିଲା ବାଇକ ଚାଳନା, 30 ହଜାର ଫାଇନ ଗଣିଲେ ନାବାଳକ

ସମ୍ବଲପୁର:ବାଇକ ଚଳାଇବା ପଡିଗଲା ମହଙ୍ଗା । ମୋଟା ଅଙ୍କର ତଣ୍ଡ ଗଣିଲେ ନାବାଳକ । ଶନିବାର ସନ୍ଧ୍ୟା ସମୟରେ ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଛକ ନିକଟରୁ ଏହି ଘଟଣା ସାମ୍ନାକୁ ଆସିଛି ।

ମହଙ୍ଗା ପଡିଲା ବାଇକ ଚାଳନା, 30 ହଜାର ଫାଇନ ଗଣିଲେ ନାବାଳକ

ଲକ୍ଷ୍ମୀ ଟକିଜ ଛକରେ ପୋଲିସ ସ୍ବତନ୍ତ୍ର ଡ୍ରାଇଭ ଚଳାଇଥିବା ସମୟରେ ଜଣେ ନାବାଳକ କାନରେ ଇଅର ଫୋନ ଲଗାଇ ଏକ ଦାମୀ ବାଇକରେ ଆସୁଥିଲେ । ଏହା ଦେଖି ପୋଲିସ ସେଠାରେ ପିଲାଟିକୁ ଅଟକାଇ ଥିଲା । ଏଥିସହ ପୋଲିସ ତାଙ୍କ ଅଭିଭାବକଙ୍କୁ ଥାନାକୁ ଡକାଇ ଥିଲେ ଏବଂ ସମ୍ବଲପୁର ଆରଟିଓକୁ ସୂଚନା ଦେଇଥିଲେ । ଏହାପରେ ଜୁନିୟର ଏମଭିଆଇ ଧର୍ମେନ୍ଦ୍ର ଦେହୁରୀ ଥାନାକୁ ଆସି ନାବାଳକ ବାପାଙ୍କ ଠାରୁ 30,000 ଟଙ୍କାର ଫାଇନ କାଟିଛନ୍ତି । ସମ୍ବଲପୁର ପୋଲିସ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details