ସମ୍ବଲପୁର:ସମ୍ବଲପୁରରେ ସମଲେଇ ଯୋଜନାକୁ ବିରୋଧ କରିଛି ଓଡିଶା ମୂଳନିବାସୀ ବହୁଜନ ମିଳିତ ମଞ୍ଚ । ଏନେଇ ମଙ୍ଗଳବାର ମୁଦିପଡାରୁ ମଞ୍ଚ ପକ୍ଷରୁ ଏକ ଶୋଭଯାତ୍ରା ବାହାର କରାଯାଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଞ୍ଚ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ସମଲେଇ ଯୋଜନାକୁ ବିରୋଧ, ବହୁଜନ ମିଳିତ ମଞ୍ଚର ବିକ୍ଷୋଭ ପ୍ରଦର୍ଶନ - ସମଲେଇ ଯୋଜନା ବିରୋଧକୁ ନେଇ ମିଳିତ ମଞ୍ଚର ବିକ୍ଷୋଭ
ସମ୍ବଲପୁରରେ ସମଲେଇ ଯୋଜନା ନେଇ କାର୍ଯ୍ୟ ଜାରି ରହିଛି । ତେବେ ଏହାକୁ ବିରୋଧ କରିଛି ଓଡ଼ିଶା ମୂଳନିବାସୀ ବହୁଜନ ମିଳିତ ମଞ୍ଚ । ଏନେଇ ମଙ୍ଗଳବାର ମଞ୍ଚ ପକ୍ଷରୁ ଏକ ଶୋଭଯାତ୍ରା କରାଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରାଯାଇଛି । ଅଧିକ ପଢ଼ନ୍ତୁ
ଏନେଇ ମଞ୍ଚ ଅଭିଯୋଗ କରିଛି ଯେ ସମଲେଇ ଯୋଜନା ପାଇଁ ପୂର୍ବରୁ ସମଲେଶ୍ୱରୀ ମନ୍ଦିରର ଚାରିଆଡେ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ କେବଳ ଘୁନଘୁଟିପଡ଼ା ପରି ଦଳିତ ବସ୍ତିକୁ ହିଁ ଉଚ୍ଛେଦ କରାଯାଉଛି । ତେଣୁ ଏହି ପ୍ରକଳ୍ପ ଦଳିତ ବିରୋଧୀ ହୋଇଥିବାରୁ ଏହାକୁ ବନ୍ଦ କରିବାକୁ ଦାବି କରିଛି ମଞ୍ଚ ।
ଏହାସହ କ୍ଷତିପୂରଣ ପ୍ରଦାନରେ ମଧ୍ୟ ଜିଲ୍ଲା ପ୍ରଶାସନ ପାତରଅନ୍ତର କରୁଥିବା ମଞ୍ଚ ଅଭିଯୋଗ କରିଛି । ସମାନ ଜମି ପାଇଁ ଭିନ୍ନଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ ପରିମାଣର କ୍ଷତିପୂରଣ ରାଶି ଦିଆଯାଉଛି ବୋଲି ମଞ୍ଚ ଅଭିଯୋଗ କରିଛି । ଏନେଇ ମଙ୍ଗଳବାର ଜିଲ୍ଲା ପ୍ରଶାସନକୁ ମଧ୍ୟ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ସମ୍ବଲପୁର