ସମ୍ବଲପୁର: ହୀରାକୁଦ ଜଲଭଣ୍ଡାରକୁ ଚଳିତ ବର୍ଷ ଗତ ବର୍ଷ ଅପେକ୍ଷା 50 ପ୍ରତିଶତ ଅଧିକ ପକ୍ଷୀ ଆସିଛନ୍ତି । 10 ଟି ନୁଆଁ ପ୍ରଜାତିର ପକ୍ଷୀ ଆସିଛନ୍ତି । ପକ୍ଷୀ ଗଣନା ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ (ଡିଏଫଓ) (Divisional Forest Officer) ଅଂଶୁପ୍ରଜ୍ଞା ଦାସ।
ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଜଳଭଣ୍ଡାର କୁ ମୋଟ 3 ଲକ୍ଷ 16 ହଜାର ପକ୍ଷୀ ଙ୍କ ଆଗମନ ହୋଇଛି । ଗତ ବର୍ଷ ଅପେକ୍ଷା ଏଥର 1 ଲକ୍ଷ ଅଧିକ ପକ୍ଷୀ ଙ୍କ ଆଗମନ ହୋଇଛି। ଯାହା କି ଗତବର୍ଷ ଅପେକ୍ଷା 50 ପ୍ରତିଶତ ଅଧିକ । ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଟିମ ଗଠନ ହୋଇଛି । ଏହା ସହ ଚଳିତ ବର୍ଷ ହୀରାକୁଦ ଜଲଭଣ୍ଡାରକୁ ରାମସାର ସାଇଟ ଭାବେ ଘୋଷଣା ମଧ୍ୟ କରାଯାଇଛି ବୋଲି କହିଛନ୍ତି ଡିଏଫଓ । ବରଗଡ ଜିଲ୍ଲାର ସେକ୍ଟର 5 ଗୋବିନ୍ଦପୁର ଗାଁ କୁ (Bird Village) ପକ୍ଷୀଗ୍ରାମ ଭାବେ ଘୋଷଣା ମଧ୍ୟ କରାଯାଇଛି ।