ଓଡିଶା

odisha

ETV Bharat / state

ଦାଦନ ପ୍ରବଣ ଜିଲ୍ଲା ତାଲିକାରେ ନାହିଁ ସମ୍ବଲପୁର, ତଥାପି ଜିଲ୍ଲାରେ ରହିଛି ଦାଦନ ସମସ୍ୟାର କଳା ବାଦଲ

ଶିଳ୍ପ ସମୃଦ୍ଧ ଜିଲ୍ଲା ସମ୍ବଲପୁରରେ କାମର ଅଭାବ ଯୋଗୁଁ ରାଜ୍ୟ ବାହାରକୁ ଯାଉଛନ୍ତି ହଜାର ହଜାର ଶ୍ରମିକ । ପ୍ରାୟ 13 ହଜାର ଶ୍ରମିକ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

migrant labour problem
migrant labour problem

By ETV Bharat Odisha Team

Published : Sep 14, 2023, 4:02 PM IST

migrant labour problem

ସମ୍ବଲପୁର: ଶିଳ୍ପ ସମୃଦ୍ଧ ଜିଲ୍ଲା ସମ୍ବଲପୁର l ଏହି ଜିଲ୍ଲାର ରେଙ୍ଗାଲି ବ୍ଲକ ଓ ହୀରାକୁଦ ସହର ଅଞ୍ଚଳରେ ରହିଛି ଏକାଧିକ ଶିଳ୍ପ ଅନୁଷ୍ଠାନ l ହେଲେ ଜିଲ୍ଲାରେ କାମର ଅଭାବ ଯୋଗୁଁ ହଜାର ହଜାର ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି l ରାଜ୍ୟ ସରକାରଙ୍କ ଦାଦନ ପ୍ରବଣ ଜିଲ୍ଲାର ତାଲିକାରେ ସମ୍ବଲପୁର ଜିଲ୍ଲା ନଥିବା ସତ୍ତ୍ବେ ପ୍ରାୟ 13 ହଜାର ଶ୍ରମିକ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଜଣାପଡିଛି l

ଗତ କରୋନା ସମୟରେ ରାଜ୍ୟ ବାହାରୁ ସମ୍ବଲପୁର ଫେରିଥିବା ଶ୍ରମିକଙ୍କ ସଂଖ୍ୟାରୁ ଏହି ତଥ୍ୟ ମିଳିଥିଲା l ତେବେ ଗତ ବର୍ଷ ଜୁଲାଇ ମାସରେ ବିଧାନସଭାରେ ରାଜ୍ୟର ଦାଦନ ପ୍ରବଣ ଜିଲ୍ଲା ଭାବରେ 14 ଜିଲ୍ଲା ଘୋଷଣା କରାଯାଇଥିଲା l ଏହି ଜିଲ୍ଲା ଗୁଡିକ ହେଲା ବାଲାଙ୍ଗୀର, ବରଗଡ଼, ସୁବର୍ଣ୍ଣପୁର, ନୁଆଁପଡା,ଗଞ୍ଜାମ ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର,ପୁରୀ, କେନ୍ଦ୍ରାପଡା, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା l ଏହି ଜିଲ୍ଲା ତାଲିକାରେ ସମ୍ବଲପୁର ଜିଲ୍ଲା ନ ଥିଲେ ମଧ୍ୟ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ, ନାକଟିଦେଉଳ ଓ ମାନେଶ୍ଵର, ଧନକଉଡ଼ା ବ୍ଲକ ର ବହୁ ଶ୍ରମିକ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ତେଲେଙ୍ଗାନାକୁ ଯାଉଥିବା ନଜର ରହିଛି l

ସୂଚନା ଅନୁସାରେ, ଗତ 2019 ମସିହାରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଲାଇସେନ୍ସ ପ୍ରାପ୍ତ ସଂସ୍ଥା ଦ୍ୱାରା ପ୍ରାୟ 9500 ଜଣ ଶ୍ରମିକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିଲେ l 2020 ରେ ଏହି ସଂଖ୍ୟା ବୃଦ୍ଧି ପାଇ 11256 ରେ ପହଞ୍ଚିଥିଲା l ସେହିଭଳି 2021 ରେ 13036 ଥିବା ବେଳେ 2022 ରେ 13249 ରେ ପହଞ୍ଚିଥିବା ବିଶିଷ୍ଟ ସୂତ୍ରରୁ ସୂଚନା ମିଳିଛି l ଆଉ ଚଳିତ ବର୍ଷ ଏହା ପାଖାପାଖି 14ହଜାରରେ ପହଞ୍ଚିବା ଅନୁମାନ କରାଯାଇଛି । ହେଲେ ଜିଲ୍ଲା ଶ୍ରମ ଅଧିକାରୀ ଏନେଇ କୌଣସି ସୂଚନା ନ ଥିବା କହିଛନ୍ତି l

ଏହା ମଧ୍ୟ ପଢନ୍ତୁ- ଦାଦନ ଖଟିବାକୁ ଯାଇ ହତ୍ୟାକାଣ୍ଡର ଶିକାର ହେଲେ ଶ୍ରମିକ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ପତ୍ନୀଙ୍କ ନ୍ୟାୟ ଭିକ୍ଷା

ସେ କହିଛନ୍ତି, "ଯେଉଁ ଲୋକମାନେ ଜିଲ୍ଲା ଶ୍ରମ ବିଭାଗ ପାଖରେ ପଞ୍ଜିକରଣ କରି ରାଜ୍ୟ ବାହାରକୁ କାମ କରିବାକୁ ଯାଆନ୍ତି କେଵଳ ସେମାନଙ୍କ ତଥ୍ୟ ରହିଛି l ତେବେ ଯେଉଁମାନେ ନିଜ ଇଛାରେ ଜିଲ୍ଲା ପ୍ରଶାସନ ର ଅଜାଣତରେ ରାଜ୍ୟ ବାହାରକୁ ଯାଉଛନ୍ତି ତାକୁ ଦାଦନ ଶ୍ରମିକ ଭାବେ ଗଣନା କରାଯାଇ ପାରିବ ନାହିଁ l ଯଦି 5 ଜଣରୁ ଅଧିକ ଶ୍ରମିକ କୌଣସି ମଧ୍ୟସ୍ଥି ଯୋଗେ ଜିଲ୍ଲା ପ୍ରଶାସନ ଠାରେ ପଞ୍ଜିକରଣ କରି ରାଜ୍ୟ ବାହାରକୁ ଯାଉଛନ୍ତି ତା ହେଲେ ସେମାନଙ୍କୁ ଦାଦନ ଭାବେ ଗଣନା କରାଯାଏ l ସେହିପରି ସମ୍ବଲପୁର ଜିଲ୍ଲାରେ ଶିଳ୍ପ ଅନୁଷ୍ଠାନ ସବୁ ଥିବାରୁ ବହୁତ କମ ଲୋକ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି l" ଦାଦନ ସମସ୍ୟା ରୋକିବା ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା କରାଯାଉଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details