ଓଡିଶା

odisha

ETV Bharat / state

ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ

ଆସନ୍ତା ମାସ 5 ତାରିଖରୁ ଅନୁଷ୍ଠିତ ହେବ ପଶ୍ଚିମ ଓଡିଶାର ବିଶ୍ଵ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୀତଳଷଷ୍ଠୀ ସମନ୍ବୟ ଶାନ୍ତି କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

By

Published : May 18, 2019, 10:36 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ସମ୍ବଲପୁର: ଆସନ୍ତା ମାସ 5 ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ସମ୍ବଲପୁରର ବିଶ୍ଵ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶୀତଳଷଷ୍ଠୀ ସମନ୍ବୟ ଶାନ୍ତି କମିଟି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ସମସ୍ତ ପ୍ରମୁଖ ଶୀତଳଷଷ୍ଠୀ ଯାତ୍ରା କମିଟି, ସମ୍ବଲପୁରର ସଚେତନ ନାଗରିକ ତଥା ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ସମ୍ପର୍କିତ ସରକାରୀ ଅଧିକାରୀ ଯୋଗ ଦେଇଥିଲେ।

ବୈଠକରେ ମୁଖ୍ୟତଃ ଯାତ୍ରା ସମୟରେ ପାନୀୟ ଜଳଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ ସରବରାହ, ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା, ସାଧାରଣ ଲୋକଙ୍କ ପାଇଁ ସ୍ବତନ୍ତ୍ର ପରିବହନ ସୁବିଧା, ମାଦକ ଦ୍ରବ୍ୟର ବିକ୍ରି ଉପରେ ରୋକ, ଆଇନ ଶୃଙ୍ଖଳା, ସରକାରୀ ପାଣ୍ଠି, ସୁଗମ ଟ୍ରାଫିକ ପରିଚାଳନା ଉପରେ ଆଲୋଚନା ହୋଇଥିଲା।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ସମ୍ବଲପୁର

ଚଳିତ ବର୍ଷ ଶୀତଳ ଷଷ୍ଠୀ ଯାତ୍ରାର ସିଧା ପ୍ରସାରଣ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓରେ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଅତିରିକ୍ତ ଏସପିଙ୍କ ସମେତ ବହୁ ବିଭାଗର ଅଧିକାରୀ ସାମିଲ ଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details