ସମ୍ବଲପୁର: ସମ୍ବଲପୁର ଭିଜିଲାନ୍ସ ଜାଲରେ ସମ୍ବଲପୁର ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନ । ନିଜର ଅଧିନସ୍ଥ ଜଣେ କର୍ମଚାରୀଙ୍କ ଏରିଅର ଟଙ୍କା ରିଲିଜ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସମ୍ବଲପୁର ଭିଜିଲାନ୍ସ । ଜଣେ କର୍ମଚାରୀଙ୍କର ଏରିୟର ପଇସା ରିଲିଜ ପାଇଁ ଲାଞ୍ଚ ନେଉଥିଲେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନ ।
ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର - ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର
ସମ୍ବଲପୁର ଭିଜିଲାନ୍ସ ଜାଲରେ ସମ୍ବଲପୁର ସରକାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନ । ଅଧିକ ପଢନ୍ତୁ...
10 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର
10 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର
ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି । ତେବେ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ତାଙ୍କର ମୁଦୀପଡା ସ୍ଥିତ ବାସଭବନ, ପୁଟୀବନ୍ଧ ଘର ସହ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଆଜି ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ