ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ମନେ ପକାଇବାକୁ ପ୍ରକଳ୍ପ କାନ୍ଧରେ ବୋହି ଭୁବନେଶ୍ୱରକୁ ପଦଯାତ୍ରା - ନିଆର ପଦଯାତ୍ରା

କାନ୍ଧରେ ଭାର ବୋହି ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରା । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଦେଇଥିବା ପ୍ରତିଶୃତି ମନେ ପକାଇବାକୁ ଏହି ନିଆର ପଦଯାତ୍ରା କରିଛନ୍ତି ରାଉରକେଲାର ଯୁବକ ମୁକ୍ତିକାନ୍ତ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ମନେ ପକାଇବାକୁ ପ୍ରକଳ୍ପ କାନ୍ଧରେ ବୋହି ଭୁବନେଶ୍ୱରକୁ ପଦଯାତ୍ରା
ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ମନେ ପକାଇବାକୁ ପ୍ରକଳ୍ପ କାନ୍ଧରେ ବୋହି ଭୁବନେଶ୍ୱରକୁ ପଦଯାତ୍ରା

By

Published : Nov 29, 2022, 8:55 AM IST

Updated : Nov 29, 2022, 9:50 AM IST

ସମ୍ବଲପୁର:ବିଭିନ୍ନ ସରକାରୀ ପ୍ରକଳ୍ପ ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଆଜି ଯାଏଁ ତାହା ପୂରଣ ହେଲାନି । ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇବାକୁ ଏହି ନିଆର ପଦଯାତ୍ରା କରୁଛନ୍ତି ରାଉରକେଲାର ଯୁବକ ମୁକ୍ତିକାନ୍ତ । କାନ୍ଧରେ ଭାର ବୋହି ରାଉରକେଲାରୁ ଭୁବନେଶ୍ବରକୁ ପଦଯାତ୍ରା କରୁଛନ୍ତି ମୁକ୍ତିକାନ୍ତ । ଗତ ନଭେମ୍ବର 16 ରୁ ସେ ଏହି ପଦଯାତ୍ରା ଆରମ୍ଭ ହୋଇଥିବାବେଳେ, ଆଜି ସେ ସମ୍ବଲପୁରରେ ପହଞ୍ଚିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶୃତି ମନେ ପକାଇବାକୁ ପ୍ରକଳ୍ପ କାନ୍ଧରେ ବୋହି ଭୁବନେଶ୍ୱରକୁ ପଦଯାତ୍ରା

ଗତ 2013 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇଥିବାବେଳେ, କୋଏଲ ନଦୀରେ ବ୍ୟାରେଜ ନିର୍ମାଣ ଓ କୋଏଲ ନଦୀରେ ରିଂ ରୋଡ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଜି ପର୍ଯ୍ୟନ୍ତ ଏନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ତାଙ୍କର ଏହି ପ୍ରତିଶୃତିକୁ ମନେ ପକାଇବ ପାଇଁ ମୁକ୍ତିକାନ୍ତ ରାଉରକେଲା ସହରରେ ହେବାକୁ ଥିବା ବିଭିନ୍ନ ମଡେଲକୁ ନିଜ ଭାରରେ ବୋହି ଭୁବନେଶ୍ବର ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି ।

ତେବେ ପୂର୍ବରୁ ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ ପରି ସୁବିଧା ଯୋଗେଇ ଦେବା, ନୂଆଗାଁ ଓ ବିଶ୍ରା ଠାରେ ଶିତଳ ଭଣ୍ଡାର ନିର୍ମାଣ କରାଯିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସବୁ କିଛି ସେ ଭୁଲିଯାଇଥିବା ମୁକ୍ତିକାନ୍ତ କହିଛନ୍ତି । ଏଥିପାଇଁ 2018ରେ ମଧ୍ୟ ମୁକ୍ତିକାନ୍ତ ରାଉରକେଲାରୁ ଭୁବନେଶ୍ବରକୁ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ତେବେ ମୁଖ୍ୟମନ୍ତ୍ରୀ ସବୁ କିଛି କରାଯିବ ବୋଲି କହି ପୁଣି ଭୁଲି ଯାଇଥିବା ମୁକ୍ତିକାନ୍ତ କହିଛନ୍ତି । ତେବେ ଏ ନେଇ ସେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ପ୍ରତିଶୃତି ମନେ ପକାଇବାକୁ ଏହି ଅଭିନବ ପଦଯାତ୍ରା କରୁଥିବା କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

Last Updated : Nov 29, 2022, 9:50 AM IST

ABOUT THE AUTHOR

...view details