ସମ୍ବଲପୁର: ଟଙ୍କା ପାଇଁ ନିଜେ ନିଜକୁ ଅପରଣ । ଏଭଳି ଏକ ଘଟଣା କୌଣସି ରିଲ୍ ନୁହେଁ ରିୟଲ ଲାଇଫରେ ଘଟିଛି । ଯାହାକୁ ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୋଲିସ । ଯାହା ବର୍ତ୍ତମାନ ସମ୍ବଲପୁରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅନ୍ତର୍ଗତ ଚାଳଭଟାପଡା ଗାଁର ଯୁବ ଚାଉଳ ବ୍ୟବସାୟୀ ଏଭଳି ନାଟକୀୟ ଘଟଣା ଘଟାଇଛନ୍ତି । ବ୍ୟବସାୟୀ ଆଦର୍ଶ ଘୋଷ ସ୍ଥାନୀୟ ଅଞ୍ଚଳରେ ଚାଉଳ ବ୍ୟବସାୟ କରନ୍ତି । ହେଲେ ଗତ କିଛି ଦିନ ହେଲାଣି ସେ ଧାର କରଜରେ ବୁଡି ରହିଥିଲେ । ଟଙ୍କା ସୁଝିବାର ଉପାୟ ତାଙ୍କୁ ସଜେଇଥିଲା ଅପହରଣକାରୀ । ନିଜ ଦୁଇ ସାଙ୍ଗଙ୍କ ସହ ମିଶି ନିଜେ ନିଜର ଅପହରଣ କରିଥିଲେ ।
ପୁରା ଘଟଣାଟି ଏମିତି... ଗତ 3 ତାରିଖରେ ଘରକୁ ଫେରି ନଥିଲେ ଆଦର୍ଶ । ରାତିରେ ପରିବାର ଲୋକଙ୍କୁ ଫୋନ୍ ଆସିଥିଲା । ଆଦର୍ଶଙ୍କୁ ଅପହରଣ କରାଯାଇଛି । 5 ଲକ୍ଷ ବଦଳରେ ଛଡା ଯିବ ବୋଲି କହିଥିଲା ଅପହରଣକାରୀ । ଏନେଇ ତାଙ୍କ ପରିବାର ଲୋକେ କ୍ଷେତରାଜପୁର ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରିଥିଲା । ତଦନ୍ତ ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା । ନିଜେ ଆଦର୍ଶ ହିଁ ଟଙ୍କା ପାଇଁ ଅପହରଣର ଅଭିନୟ କରି ତାଙ୍କ ମାଙ୍କୁ 5 ଲକ୍ଷଟଙ୍କା ମାଗିଥିଲେ । ପରେ ଆଦର୍ଶ ଏହି ଘଟଣା ନିଜେ କରିଥିବା ସ୍ବୀକାର କରିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ