ସମ୍ବଲପୁର: ବିବାହ ପ୍ରତିଶୃତି ଦେଇ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିବା ପରେ ପ୍ରତାରଣା ଦେଇଛି ପ୍ରେମିକ । ଏମିତି ଅଭିଯୋଗ ଆସିଛି ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବାଉଁସରା ଗ୍ରାମରେ। ତେବେ ପୋଲିସ ଅଭିଯୁକ୍ତକୁ ଗିରଫ ନକରି ସହାୟତା କରୁଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ସେ ।
ବିବାହର ପ୍ରତିଶୃତି ଦେଇ ବାରମ୍ବାର ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ଶାରିରୀକ ସମ୍ପର୍କ ରଖିଥିବା ନେଇ ବାଉଁସରା ଗାଁର ହାରାଧନ ବେହେରାଙ୍କ ପୁଅ ରାକେଶ ବେହେରା ନାଁରେ ଅଭିଯୋଗ ଆଣିଛନ୍ତି ପିଡିତା । ଯୁବକ ଜଣକ 4 ବର୍ଷ ହେଲା ଯୁବତୀଙ୍କୁ ଯୌନ ଶୋଷଣ କରିଆସୁଥିବା ଅଭିଯୋଗ ହୋଇଛି। ତେବେ ଯୁବତୀଙ୍କ ପରିବାର ଲୋକେ ଅଭିଯୁକ୍ତ ଯୁବକଙ୍କୁ ବିବାହ କରିବାକୁ କହିବାରୁ ଅଭିଯୁକ୍ତ ଯୁବକ ପୀଡିତା ଓ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପୀଡିତା । ତେବେ ପୋଲିସ ମଧ୍ୟ ମାମଲାରେ ରାକେଶଙ୍କୁ ସହଯୋଗ କରୁଥିବା କହିଛନ୍ତି ଯୁବତୀ ।