ଓଡିଶା

odisha

ETV Bharat / state

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଛୁରାମାଡ଼

ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ କାଳିବାଡି ୱେସ୍କୋ ଅଫିସ ସମ୍ମୁଖରେ ଦିନ ଦ୍ବିପ୍ରହରରେ ଯୁବକକୁ ଛୁରା ମାଡ଼ । ଯୁବଙ୍କକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

By

Published : Aug 11, 2019, 6:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ କାଳିବାଡି ୱେସ୍କୋ ଅଫିସ ସମ୍ମୁଖରେ ଦିନ ଦ୍ବିପ୍ରହରରେ ଯୁବକକୁ ଛୁରା ମାଡ଼ । ରବିବାର ଦିନ ପ୍ରାୟ ସାଢ଼େ 10ଟା ସମୟରେ ମହମ୍ମଦ କାଦିମ ନାମକ ଜଣେ ଯୁବକଙ୍କୁ କିଛି ଯୁବକ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିବା ସହ ଛୁରାମାଡ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ କୁମ୍ଭାର ପଡାର ମୋହସିନ ଅକ୍ତର ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଆକ୍ରମଣରୁ ଯୁବକ ଜଣକ ନିଜକୁ କୌଣସି ପ୍ରକାର ବଞ୍ଚାଇ ଥିଲେ ମଧ୍ୟ ତାଙ୍କର ବେକ ଓ ହାତରେ ଆଘାତ ଲାଗିଛି । ଯୁବକ ଜଣଙ୍କୁ ସମ୍ବଲପୁର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୁଖ୍ୟ ଅଭିଯୁକ୍ତ ନାଁରେ ପୂର୍ବରୁ ଧନୁପାଲି ଥାନାରେ ଚୋରି, ଡକାୟତି ପରି ବହୁ ମାମଲା ଥିବା ପୋଲିସ କହିଛି ।

ପରିବାର ଲୋଜେ ଏହାକୁ ଜମିବାଡ଼ି ସମ୍ପର୍କିତ ବିବାଦ ଓ ତାଙ୍କୁ ମାରିବାକୁ ସୁପାରୀ ଦିଆ ଯାଇଥିବା କହିଛନ୍ତି । ଏନେଇ ଧନୁପାଲି ଥାନାରେ ମାମଲା ରୁଜ୍ଜୁ ହୋଇଛି । ତେବେ ପୋଲିସ ଏହାକୁ ପୂର୍ବ ଶତ୍ରୁତା ଓ ଗୋଷ୍ଠୀ ବିବାଦ ହୋଇଥାଇପାରେ ବୋଲି କହୁଛି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details