ଓଡିଶା

odisha

ETV Bharat / state

ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍; 300 କୋଟିରୁ ଅଧିକ ଠାବ ! ଚଢାଉ ଜାରି - ବଲଙ୍ଗୀର ଆଇଟି ରେଡ

Major Income Tax Raid: ଓଡ଼ିଶାରେ ବଡ ଧରଣର ଆଇଟି ରେଡ୍ । ବଲାଙ୍ଗୀର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ ଜାରି । କେବଳ ବଲାଙ୍ଗୀରର ମଦ ବ୍ୟବସାୟୀଙ୍କ ଠାରୁ ମିଳିଲାଣି 300 କୋଟିରୁ ଅଧିକ ଟଙ୍କା । ଅଧିକ ପଢନ୍ତୁ

ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍
ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍

By ETV Bharat Odisha Team

Published : Dec 7, 2023, 11:06 AM IST

Updated : Dec 7, 2023, 2:31 PM IST

ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍

ବଲାଙ୍ଗୀର: ରାଜ୍ୟରେ ଚାଲିଛି ବଡ ଧରଣର ଆଇଟି ରେଡ୍ । ଦୁଇ ଦିନ ହେଲାଣି ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ । ଆଉ ବ୍ୟବସାୟୀଙ୍କ ଘରୁ ଯେଉଁ ଟଙ୍କା ମିଳୁଛି, ତାହା ଆଖି ତରାଟିଲା ଭଳି । ମଦ ପ୍ରସ୍ତୁତକାରୀ କମ୍ପାନୀ ଆୟକର ଫାଙ୍କୁଥିବା ଅଭିଯୋଗରେ ଗତକାଲି ଭୁବନେଶ୍ବର ସ୍ଥିତ ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ କମ୍ପାନୀ ଉପରେ ଆଇଟି ରେଡ୍ ହୋଇଥିଲା । ଏହି କମ୍ପାନୀ ଲିଙ୍କରେ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବିଭିନ୍ନ ସ୍ଥାନରେ ରେଡ୍ ବେଳେ ପୁଳା ପୁଳା ଟଙ୍କା ମିଳୁଛି । କେବଳ ବଲାଙ୍ଗୀରରୁ ଏବେସୁଦ୍ଧା ୩୬୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି । ସେପଟେ ସମ୍ବଲପୁରରେ ଥିବା କର୍ପୋରେଟ୍‌ ଅଫିସ୍‌ରେ ଚଢ଼ାଉ ବେଳେ ବି 150 କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂତ୍ରରୁ ସୂଚନା ରହିଛି ।

ଏହା ବି ପଢ଼ନ୍ତୁ:ଆଲମିରାରେ ଥାକ ଥାକ ଟଙ୍କା, ଗଣି ଗଣି ମେସିନ ଖରାପ

ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ ବେଳେ ପଶ୍ଚିମ ଓଡ଼ିଶାର ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୟକାରୀ କମ୍ପାନୀ ବଳଦେବ ସାହୁ ଗ୍ରୁପ ଅଫ୍‌ କମ୍ପାନୀର ଲିଙ୍କ୍ ମିଳିଥିଲା । ଏହି ଲିଙ୍କରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ଉପରେ ରେଡ୍ କରିଥିଲା ଆୟକର ବିଭାଗ । ବଲାଙ୍ଗୀର ସହରର ମଦ ବ୍ୟବସାୟୀ ଭୋଳା ବାବୁ ଓ ରାଜେଶ ସାହୁଙ୍କ ଏବଂ ଟିଟିଲାଗଡର ସଞ୍ଜୟ ସାହୁ, ଦୀପକ ସାହୁ, ବଳଦେବ ସାହୁଙ୍କ ବାସଭବନ ଓ ମଦଭାଟିରେ ରେଡ୍ କରାଯାଇଥିଲା । ତେବେ ଏହି ଚଢାଉ ସମୟରେ ୩୬୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ରେଡ୍‌, ୧୫ଟି ସ୍ଥାନରେ ଚଢାଉ

ସେଥିମଧ୍ୟରୁ ଭୋଳା ବାବୁ ଓ ସଞ୍ଜୟ ସାହୁଙ୍କ ଭାଟିରୁ ୧୫୦ କୋଟି ଟଙ୍କା ମିଳିଥିବା ବେଳେ ରାଜେଶ ସାହୁଙ୍କ ଭାଟିରୁ ୨୧୦ କୋଟି ନଗଦ ଟଙ୍କା ଠାବ ହୋଇଛି । ଏହି ଜବତ ଟଙ୍କାକୁ ଗଣିବା ପାଇଁ ସ୍ଥାନୀୟ ଏକ ବ୍ୟାଙ୍କକୁ ନିଆଯାଇଛି । ତେବେ ଏ ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ ଏ ଯାଏଁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଗତକାଲି ଠାରୁ ବଲାଙ୍ଗୀରରେ ଏହି ଆୟକର ରେଡ୍ ଜାରି ରହିଛି । ଏହି ରେଡ୍‌ରେ ଆୟକର ବିଭାଗର ୪୦ ଜଣିଆ ଟିମ୍, ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ସାମିଲ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଆୟକର ବିଭାଗ ଏହି ରେଡ୍ ନେଇ ସଠିକ ବିବରଣୀ ଓ ସୂଚନା ପ୍ରଦାନ କରିବ ବୋଲି ଜଣାପଡିଛି । ତେବେ ଓଡ଼ିଶାରେ ଏହା ସବୁଠୁ ବଡ ଆଇଟି ରେଡ୍ ବୋଲି କୁହାଯାଉଛି ।

ଅନ୍ୟପଟେ ଆଜି ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ବଡ଼ବାଜାର ସ୍ଥିତ ସ୍ଥିତ ଏକ ଦେଶୀ ମଦ ପ୍ରୋପାଇଟର ବିଜୟ ଶ୍ରୀବାସ୍ତବଙ୍କ ଘର ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି l ଆଜି ସକାଳୁ ଏହି ସ୍ଥାନରେ ଆୟକର ବିଭାଗର ଚଢ଼ାଉ ହୋଇଥିବା ବେଳେ ପ୍ରୋପାଇଟରଙ୍କୁ ଉଠାଇ ନେଇ ବ୍ୟାଙ୍କର ଲେଣଦେଣ ଯାଞ୍ଚ କରିଛି ଆଇଟି ଟିମ୍ l ଟ୍ୟାକ୍ସ ଫାଙ୍କିବା ନେଇ ତଦନ୍ତ ହେଉଛି l ତେବେ ଆୟକର ବିଭାଗ ବିପୁଳ ପରିମାଣର ଅର୍ଥ ଓ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି l

ସୂଚନାଯୋଗ୍ୟ ଯେ ବୌଦ୍ଧ ଡିଷ୍ଟ୍ରିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଗତକାଲିଠାରୁ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏକକାଳୀନ ଭାବେ ୧୫ଟି ସ୍ଥାନରେ ଚଢାଉ କରାଯାଇଛି । ରାୟଗଡ଼ା ଗୁଣୁପୁର ସମେତ ଭୁବନେଶ୍ୱରେ ଏୟାରପୋର୍ଟ ଅଞ୍ଚଳରେ ଥିବା ଅଫିସ ସମେତ କମ୍ପାନିର କୌର କମ୍ପାନୀ ଅଫିସମାନଙ୍କରେ ରେଡ ଜାରି ରହିଛି । ବିଶେଷ କରି ଆୟକର ପଇଠ ସମ୍ପର୍କିତ କିଛି ତଥ୍ୟ ଆଧାରରେ ଏହି କମ୍ପାନି ଉପରେ ଚଢ଼ାଉ ଜାରି ରହିଛି । ଏନେଇ ଆୟକର ବିଭାଗର କେନ୍ଦ୍ରିୟ ଅଧିକାରୀ ସମେତ ରାଜ୍ୟ ଜୋନାଲର ଅଧିକାରୀ ମିଳିତ ଭାବେ ଚଢ଼ାଉ ଜାରି ରଖିଛନ୍ତି । ତେବେ କମ୍ପାନିର କ୍ୟାପିଟାଲ ଓ ମାନଫାକ୍ଚୁର ୟୁନିଟ ଯେପରିକି ଗୋଖାଦ୍ୟ ସହ ଇଟା ଫ୍ୟାକ୍ଟ୍ରି ଓ ବିଲଡର କମ୍ପାନୀ ସମେତ ସ୍ପିରିଟ କମ୍ପାନୀ ଉପରେ ଏକକାଲୀନ ଭାବେ ଚଢ଼ାଉ ହେଉଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 7, 2023, 2:31 PM IST

ABOUT THE AUTHOR

...view details