ସମ୍ବଲପୁର: ଜିଲ୍ଲା ଅଇଁଠାପାଲି ଅନ୍ତର୍ଗତ ପରଧିଆପାଲିରେ ଥିବା ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । 25 ଜଣ କର୍ମଚାରୀ ଆହତ ହୋଇଥିବା ସୂଚନା । 4 ଜଣ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା । ପ୍ରାୟ ସାଢେ ୧୧ଟା ସମୟରେ ଏହି ନିଆଁ ଲାଗିଛି । ନିଆଁ ଲାଗିବା କାରଣ ଅସ୍ପଷ୍ଟ । ଉଦ୍ଧାର କାର୍ଯ୍ୟ ରହିଛି ।
ଗୁଟଖା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, 25 କର୍ମଚାରୀ ଆହତ - ଗୁଟଖା କାରଖାନାରେ ଅଗ୍ନିକାଣ୍ଡ ଖବର
ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଅନ୍ତର୍ଗତ ପରଧିଆପାଲିରେ ଥିବା ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । 25 କର୍ମଚାରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ
ଗୁଟଖା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ ଗୁଟ୍ଖା କାରଖାନା କ’ଣ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ିନାହିଁ । ତେବେ ଗୁଟଖା କାରାଖାନାରେ ବିସ୍ଫୋରଣ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି କାରଖାନାରେ ଗୁଟ୍ଖା ସହ ପାନ ମସଲା ତିଆରି କରାଯାଇଥାଏ । ଘଟଣାସ୍ଥଳରେ ସମ୍ବଲପୁର ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିିିଭି ଭାରତ
Last Updated : Dec 20, 2021, 1:37 PM IST