ସମ୍ବଲପୁର: କୃଷକ ସଂଗଠନ ପକ୍ଷରୁ ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଛି । ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଓ ଗାନ୍ଧୀ ଶାନ୍ତି ପରିଷଦ ମିଶି ପାଳନ କରିଛନ୍ତି ଏହି ଦିବସ । ତେବେ ଏହି ଦିନକୁ ଗାନ୍ଧୀ ବଳିଦାନ ଦିବସ ଭାବେ ପାଳନ କରିବା ସହ ଗାନ୍ଧୀଙ୍କ ବିଚାରଧାରା ଓ ଭାରତକୁ ନଷ୍ଟ କରିବାର ଅପଚେଷ୍ଟା ବିରୁଦ୍ଧରେ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ପାଳିଲା ମାହାତ୍ମା ଗାନ୍ଧୀ ଶ୍ରାଦ୍ଧ ଦିବସ - ସମ୍ବଲପୁରରେ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ
କୃଷକ ସଂଗଠନ ପକ୍ଷରୁ ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରାଯାଇଛି । ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଂଗଠନ ଓ ଗାନ୍ଧୀ ଶାନ୍ତି ପରିଷଦ ମିଶି ପାଳନ କରିଛନ୍ତି ଏହି ଦିବସ । ଅଧିକ ପଢନ୍ତୁ
ସମ୍ବଲପୁର ଜିଲ୍ଲା କୃଷକ ସଂଗଠନ ପାଳିଲା ମାହାତ୍ମା ଗାନ୍ଧୀ ଶ୍ରାଦ୍ଧ ଦିବସ
ଆଜିର ଏହି ତିରୋଧାନ ଦିବସରେ ଦେଶକୁ ବଞ୍ଚାଇବାର ସମୟ ଆସିଛି ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । ଏହି ତିରୋଧାନ ଦିବସରେ ସାମ୍ବାଦିକ, ବୁଦ୍ଧିଜୀବୀ, ସଚେତନ ନାଗରିକ ସାମିଲ ହୋଇ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ