ଓଡିଶା

odisha

ETV Bharat / state

ମହାନଦୀ ସ୍ବଚ୍ଛତା ଓ ସୁରକ୍ଷା ନେଇ ସମ୍ବଲପୁରରେ ଆୟୋଜିତ ହେବ ହାଫ ମାରାଥନ - ମହାନଦୀ ମାରାଥନ

Mahanadi Half Marathon: ମ‌ହାନଦୀର ସ୍ବଚ୍ଛତା ସଚେତନତା ପାଇଁ ସମ୍ବଲପୁରରେ ହେବ ହାପ ମାରାଥନ l ମହାନଦୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଏହାର ସୁରକ୍ଷା ଓ ସ୍ବଚ୍ଛତାର ସଚେତନତା ବାର୍ତ୍ତା ଓ ସାସ୍ଥ୍ୟ ସଚେତନତା ପାଇଁ ଏହି ମିନି ମାରାଥନ ଆୟୋଜନ କରାଯିବ । ଅଧିକ ପଢ଼ନ୍ତୁ

ମହାନଦୀ ହାଫ ମାରାଥନ
ମହାନଦୀ ହାଫ ମାରାଥନ

By ETV Bharat Odisha Team

Published : Jan 10, 2024, 10:33 PM IST

ମହାନଦୀ ହାଫ ମାରାଥନ

ସମ୍ବଲପୁର:ମ‌ହାନଦୀର ସ୍ବଚ୍ଛତା ସଚେତନତା ପାଇଁ ଭିନ୍ନ ପ୍ରୟାସ । ସଚେତନତା ସୃଷ୍ଟି ପାଇଁ ସମ୍ବଲପୁରରେ ହେବ ମିନି ମାରାଥନ । ଓଡ଼ିଶାର ଜୀବନ ରେଖା ହେଉଛି ମହାନଦୀ । ତେବେ ମହାନଦୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଏହାର ସୁରକ୍ଷା ଓ ସ୍ବଚ୍ଛତାର ସଚେତନତା ବାର୍ତ୍ତା ଓ ସାସ୍ଥ୍ୟ ସଚେତନତା ପାଇଁ ଏହି ମିନି ମାରାଥନ ଆୟୋଜନ କରାଯିବ ବୋଲି ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ମ‌ହାନଦୀ ପାଇଁ ସମ୍ବଲପୁରରେ ଆୟୋଜନ ହେବାକୁ ଯାଉଛି ମହାନଦୀ ହାଫ ମାରାଥନ । ଆସନ୍ତା ୧୧ ଫେବୃଆରୀରେ ଏହି ମହାନଦୀ ମାରାଥନ ଆୟୋଜନ କରିବ ସମ୍ବଲପୁର ଜିଲ୍ଲା ପ୍ରଶାସନ । ସମ୍ବଲପୁର ତଥା ସାରା ଓଡ଼ିଶାର ଜୀବନ ରେଖା ଭାବେ ପରିଚିତ ମହାନଦୀର ଗୁରୁତ୍ବ ଓ ଏହାର ସ୍ବଚ୍ଛତା ସୁରକ୍ଷାର ସଚେତନତା ନେଇ ଅଧିକ ଜନଜାଗରଣ ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ଏପରି ଏକ ମିନି ମାରାଥନ ଆୟୋଜନ କରୁଥିବା ସୂଚନା ଦିଆଯାଇଛି l ଏନେଇ ଆଜି ସମ୍ବଲପୁରର ତପସ୍ବିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସମ୍ବଲପୁର ଜ଼ିଲ୍ଲାପାଳ ଅନନ୍ୟା ଦାସ l

ଏହା ମଧ୍ୟ ପଢ଼ନ୍ତୁ....ସମ୍ବଲପୁରରେ ମହାନଦୀ ଜଳ ପାଲଟିଛି ଜହର ! ନଦୀରେ ମିଶୁଛି ସହରର ବର୍ଜ୍ୟବସ୍ତୁ

ତେବେ ଏହି ମାରାଥନରେ 21 କିମି, 10 କିମି, 5 କିମି ଓ ଛୋଟ ପିଲାଙ୍କ ପାଇଁ 1କିମିର 4 ଟି ବର୍ଗର ମାରାଥନ ଆୟୋଜନ ହେବ । ଏଥିରେ ସବୁ ବର୍ଗର ଲୋକମାନେ ଅଂଶ ଗ୍ରହଣ କରିପାରିବେ । ଏହି ମହାନଦୀ ମାରାଥନ ପାଇଁ କିପରି ବୁକିଂ କରି ଭାଗ ନିଆଯିବ ସେନେଇ ଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜି ଠାରୁ ରେଜିଷ୍ଟ୍ରେସନ ଲିଙ୍କ୍‌ ଖଲାଯାଇଛି । ଵିଜୟୀ ପ୍ରତିଯୋଗୀଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରହିଛି l ଏହି ଅବସରରେ ଜିଲ୍ଲାପାଳ ଅନନ୍ୟା ଦାସ, ସମ୍ବଲପୁର ଏସପି ମୁକେଶ ଭାମୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସମ୍ବଲପୁର ମହାନଗର ନିଗମର କମିଶନର ବେଦ ଭୂଷଣ, ଟାଟା ଷ୍ଟିଲର କ୍ରୀଡା ବିଭାଗର ମୁଖ୍ୟ ମୁକୁଳ ଚୌଧୁରୀ ପ୍ରମୁଖ ଯୋଗ ଦେଇ ଏହି ହାଫ ମାରାଥନର ଟି-ସାର୍ଟ ଅନାବରଣ କରିଥିଲେ l ଏହି ମରାଥନକୁ ଜଣା ଶୁଣା ଅଲମ୍ପିଆନ ଆନନ୍ଦ ମେନଜିସ (Ananda Menezes) ପରିଚାଳନା କରିବେ ବୋଲି ସୂଚନା ଦିଆଯାଇଛି । ଟାଟା ଗୃପ ସହ ମିଳିତ ଭାବେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details