ସମ୍ବଲପୁର: ମହାନଦୀ ବନ୍ୟା ଜଳ ପରିଚାଳନା ନେଇ ରାୟପୁର ଠାରେ ଓଡିଶା ଓ ଛତିଶଗଡର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଏହି ବୈଠକରେ ବର୍ଷା ଋତୁରେ ମହାନଦୀରେ ଜଳପ୍ରବାହ ସୂଚନା ଆଦାନ ପ୍ରଦାନ କିପରି ଠିକ ସମୟରେ ହୋଇପାରିବ ତା ଉପରେ ବିଷଦ ଭାବେ ଆଲୋଚନା ହୋଇଛି। ଛତିଶଗଡ଼ କେଉଁ ସମୟରେ କେତେ ପରିମାଣର ପାଣି ଛାଡିବ ତାର24 ଘଣ୍ଟା ପୂର୍ବରୁ ଓଡିଶାକୁ ଖବର ଦେବା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଥିଲା।
ଏଥିସହ ମହାନଦୀ ତଳ ମୁଣ୍ଡରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ପୂର୍ବରୁ ସୂଚନା ଦେଇ ପାଣି ଛାଡିବାକୁ ଉଭୟ ରାଜ୍ୟର ଅଧିକାରୀ ମାନେ ଏକମତ ହୋଇଥିଲେ। ଛତିଶଗଡ଼ କେଉଁ ସମୟରେ କେଉଁ ବ୍ୟାରେଜରୁ କେତେ ପାଣି ଛାଡ଼ୁଛି ତାର ସଠିକ ଆକଳନ କରି ରାଜ୍ୟକୁ ଜଣାଇବା ପାଇଁ ଓଡିଶା ପ୍ରତିନିଧି ମଣ୍ଡଳ କହିଥିଲେ ଓ ଛତିଶଗଡ଼ ପ୍ରତିନିଧିମାନେ ଏଥିରେ ସମ୍ମତି ପ୍ରଦାନ କରିଥିଲେ।