ଓଡିଶା

odisha

By

Published : Oct 7, 2019, 12:08 PM IST

ETV Bharat / state

ମହାନଦୀ ବୁଡି ଘଟଣା: ମିଳୁନି ନିଖୋଜ ନାବାଳିକା

ଆଜି ବି ନିଖୋଜ ବାଳିକାଙ୍କ ପତ୍ତା ମିଳୁନି । ଗତ ରବିବାର  ସମ୍ବଲପୁର ବଡ଼ବଜାରର ସଡକ ଘାଟରେ ମହାନଦୀରେ ବୁଡି ଯାଇ ନିଖୋଜ ଥିବା ବାଳିକାଙ୍କ ସୋମବାର ପତ୍ତା ମିଳିପାରି ନାହିଁ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଆଜି ବି ନିଖୋଜ ବାଳିକାଙ୍କ ପତ୍ତା ମିଳୁନି । ଗତ ରବିବାର ସମ୍ବଲପୁର ବଡ଼ବଜାରର ସଡକ ଘାଟରେ ମହାନଦୀରେ ବୁଡି ଯାଇ ନିଖୋଜ ଥିବା ବାଳିକାଙ୍କ ସୋମବାର ପତ୍ତା ମିଳିପାରି ନାହିଁ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ତେବେ ଗତ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୋମବାର ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ସମ୍ବଲପୁର ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ଟ ଟିମ ଆଜି(ସୋମବାର) ବି ମହାନଦୀରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତ ରବିବାର ପ୍ରାୟ ଦିନ 11 ଟା ସମୟରେ ବଡ଼ ବଜାର ଅଞ୍ଚଳର 6 ଜଣ ବାଳିକା ମହାନଦୀ ସଡ଼କ ଘାଟକୁ ଗାଧୋଇବା ପାଇଁ ଯାଇଥିବା ବେଳେ ମହାନଦୀରେ ଭାସି ଯାଇଥିଲେ। ତେବେ ସୌଭାଗ୍ୟବଶତଃ 5 ଜଣଙ୍କୁ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିବାକୁ ସଫଳ ହୋଇଥିବା ବେଳେ ପିଙ୍କି ବିଶ୍ବକର୍ମା ନାମକ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ABOUT THE AUTHOR

...view details