ସମ୍ବଲପୁର: ଆଜି ହେଉଛି ମହାଶିବରାତ୍ରୀ। ଭଗବାନ ଭୋଳାଶଙ୍କରଙ୍କ ଦିବସ । ଏଥିପାଇଁ ଆଜି ସମ୍ବଲପୁରର ପ୍ରମୁଖ ଶିବାଳୟ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଭୋଳାନାଥଙ୍କ ଦର୍ଶନ କରି ଆଶୀର୍ବାଦ ପାଇବା ପାଇଁ ଶିବ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି।
ସମ୍ବଲପୁରରେ ମହାଆଡମ୍ବରରେ ମହାଶିବରାତ୍ରୀ ପାଳନ - ସମ୍ବଲପୁରରେ ମହାଶିବରାତ୍ରୀ ପାଳନ
ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହରର ବିଭିନ୍ନ ଶିବାଳୟ । ସକାଳୁ ସକାଳୁ ଶିବ ମନ୍ଦିର ଗୁଡ଼ିକରେ ଲାଗି ରହିଥିବା ଭିଡ଼ ଏବେ ବି ଜାରି ରହିଛି। ବିଭିନ୍ନ ବର୍ଗର ଲୋକ ଭୋଳା ବାବାଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି । ଅଧିକ ପଢନ୍ତୁ
ସମ୍ବଲପୁରରେ ମହାଆଡମ୍ବରରେ ମହାଶିବରାତ୍ରୀ ପାଳନ
ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହରର ବିଭିନ୍ନ ଶିବାଳୟ । ସକାଳୁ ସକାଳୁ ଶିବ ମନ୍ଦିର ଗୁଡ଼ିକରେ ଲାଗି ରହିଥିବା ଭିଡ଼ ଏବେ ବି ଜାରି ରହିଛି। ବିଭିନ୍ନ ବର୍ଗର ଲୋକ ଭୋଳା ବାବାଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଛି । 2 ବର୍ଷ ଧରି କୋଭିଡ ଯୋଗୁଁ ଶିବରାତ୍ରୀ ଭଲ ଭାବେ ହୋଇ ପରି ନଥିବା ବେଳେ ଚଳିତ ବର୍ଷ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶିବରାତ୍ରୀ ପାଇଁ ଉତ୍ସାହ ପରିଲକ୍ଷିତ ହୋଇଛି ।
ସମ୍ବଲପୁରରୁ ବାଦଶାହା ଜୁସମନ ରାଣା, ଇଟିଭି ଭାରତ