ଓଡିଶା

odisha

ETV Bharat / state

ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଦେବୀ ମା’ ମେଟାକାନୀ ମନ୍ଦିର - ଶକ୍ତିପୀଠ

ସୁବର୍ଣ୍ଣପୁର ଜିଲ୍ଲାର ଚାରିଆଡେ ବିଛାଇ ହୋଇ ରହିଛି ଅନେକ ଶକ୍ତିପୀଠ । ତାରି ଭିତରେ ଉଲୁଣ୍ଡା ବ୍ଳକ ମେଟାକାନୀ ଶକ୍ତି ପୀଠ ଅନ୍ୟତମ । ଶ୍ରଦ୍ଧାଳୁମାନେ ନିଜ ମନସ୍କାମନା ପୂରଣ ହେବାର ବିଶ୍ବାସ ନେଇ ଛୁଟି ଆସନ୍ତି ଏହି ଶକ୍ତିପୀଠକୁ । ଅଧିକ ପଢନ୍ତୁ...

ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଦେବୀ ମା’ ମେଟାକାନୀ ମନ୍ଦିର
ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଦେବୀ ମା’ ମେଟାକାନୀ ମନ୍ଦିର

By

Published : Sep 29, 2021, 6:22 AM IST

ସୁବର୍ଣ୍ଣପୁର: ଜିଲ୍ଲାର ଚାରିଆଡେ ବିଛାଇ ହୋଇ ରହିଛି ଅନେକ ଶକ୍ତିପୀଠ । ତାରି ଭିତରେ ଉଲୁଣ୍ଡା ବ୍ଳକ ମେଟାକାନୀ ଶକ୍ତି ପୀଠ ଅନ୍ୟତମ । ସଦର ମହକୁମା ଓ ସମ୍ବଲପୁର ରାଜ୍ୟ ରାଜପଥରେ ଉଲୁଣ୍ଡାରୁ ସମ୍ବଲପୁର ପଟକୁ ସାତ କିଲୋମିଟର ଅତିକ୍ରମ କଲେ ପଡେ ମା’ ମେଟାକାନୀଙ୍କ ମନ୍ଦିର । ରାସ୍ତା କଡରେ ଦେବୀଙ୍କ ବାହ୍ୟ ମନ୍ଦିର ଥିବା ବେଳେ ଘଞ୍ଚ ଜଙ୍ଗଲ ଭିତରେ ପ୍ରାୟ ଗୋଟିଏ କିଲୋମିଟର ଗଲେ ପଡେ ମା’ଙ୍କ ମୁଖ୍ୟ ମନ୍ଦିର । ତେବେ ବର୍ଷ ସାରା ଏହି ପୀଠକୁ ଯାତ୍ରୀ ,ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଯା ଆସ ରହିଥିବା ବେଳେ ବିଶେଷକରି ଦଶହରା ଓ ଟୈତ୍ରମାସରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମେ ଏହି ଶକ୍ତି ପୀଠରେ । ଘଞ୍ଚ ବନାନୀ ଭିତରେ ମା’ଙ୍କ ମୁଖ୍ୟ ମନ୍ଦିରରେ ଦେବୀ ଦର୍ଶନ କରି ପୀଠ ନିକଟବର୍ତ୍ତି ଜଙ୍ଗଲରେ ବଣଭୋଜିର ମଜା ନେଇଥାନ୍ତି ଶ୍ରଦ୍ଧାଳୁମାନେ । ତେବେ ଖାଲି ଜିଲ୍ଲା ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରୁ ବି ଶ୍ରଦ୍ଧାଳୁଙ୍କ ସମାଗମ ଏହି ମନ୍ଦିରରେ ଦେଖିବାକୁ ମିଳେ ।

ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଦେବୀ ମା’ ମେଟାକାନୀ ମନ୍ଦିର

ଏହି ଶକ୍ତିପୀଠରେ ଦେବୀ କାହିଁ କେତେ ଦିନରୁ ପୂଜା ପାଇ ଆସୁଛନ୍ତି । ଇତିହାସ କୁହେ ଝିଅଟି ଶାଶୁ ଘର ଭୁଆଷୁଣୀ ଯିବା ବାଟରେ ତାର ପ୍ରିୟ କଣ୍ଢେଇଟିକୁ ଜଙ୍ଗଲ ଭିତରକୁ ଫିଙ୍ଗି ଦେଇଥିଲା । ତେବେ କଣ୍ଢେଇଟି ଏତେ ପ୍ରିୟ ଥିଲା ଯେ ଶାଶୁ ଘରେ ପହଞ୍ଚିବା ପରେ ଝିଅଟି ଖାଇବା ପିଇବା ସବୁ ବନ୍ଦ କରି ଦେଇଥିଲା । ଏପଟେ ଶାଶୁ ଘର ଲୋକଙ୍କୁ ସ୍ବପ୍ନାଦେଶ ହେବା ପରେ ଜଙ୍ଗଲ ଭିତରେ ଶିମୁଳି ଗଛ ତଳେ ଏକ ଛୋଟିଆ ମନ୍ଦିର ନିର୍ମାଣ କରି ପୂଜା ଆରାଧନା ଆରମ୍ଭ କରିଥିବା ଆଜି ବି ଜନଶୃତିରେ ରହିଛି । ତେବେ ପରବର୍ତ୍ତି ସମୟରେ ସେହି ଯାଗାରେ ଦେବୀଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ନିଜ ମନସ୍କାମନା ପୂରଣ ହେବାର ବିଶ୍ବାସ ନେଇ ଛୁଟି ଆସନ୍ତି ଏହି ଶକ୍ତିପୀଠକୁ ।

ପ୍ରାକୃତିକ ଶୋଭା ରାଜିରେ ଭରପୁର ଏହି ପୀଠର ଶ୍ରୀବୃଦ୍ଧିରେ ପ୍ରଶାସନ ଅନେକ ବିକାଶ ମୂଳକ କାର୍ଯ୍ୟ କରୁଛି । ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶ୍ରାମାଗାର , ପିଇବା ପାଣି , ପକ୍କା ରାସ୍ତା ତଥା ପାର୍କ ଆଦି ନିର୍ମାଣ କରାଯାଇଥିବାରୁ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏହି ଶକ୍ତିପୀଠର ବ୍ୟବସ୍ଥା ପାଇଁ ଉଦ୍ୟମ ହେଉଥିବା ବେଳେ ପର୍ଯ୍ୟଟନୀୟ ଭିତ୍ତିଭୂମୀର ବିକାଶ ଏହି ଅଞ୍ଚଳ ପାଇଁ ଆର୍ଥିକ ବିକାଶ ଆଣି ଦେଇ ପାରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details