ଓଡିଶା

odisha

ETV Bharat / state

ସମ୍ବଲପୁରରେ ମେଲାଣି ନେଲେ ମା’ ଦୁର୍ଗା, ସମ୍ପନ୍ନ ହେଲା ଭସାଣି - ସମ୍ବଲପୁରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପର ଭସାଣି ଶେଷ

ବିଦାୟ ନେଇଛନ୍ତି ମାଆ ଦୁର୍ଗା । ଶୁକ୍ରବାର ସମ୍ବଲପୁର ସହର ତଥା ହୀରାକୁଦ ଓ ବୁର୍ଲା ଅଞ୍ଚଳର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପରେ ମାଆଙ୍କ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ କେତେକ ସ୍ଥାନରେ ଟ୍ରାଫିକ ରୁଟରେ ସାମୟିକ ପରିବର୍ତ୍ତନ କରାଯାଇଥିଲା । ଅଧିକ ପଢନ୍ତୁ

ସମ୍ବଲପୁରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପର ଭାସାଣି ସମ୍ପନ୍ନ
ସମ୍ବଲପୁରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପର ଭାସାଣି ସମ୍ପନ୍ନ

By

Published : Oct 8, 2022, 8:58 AM IST

ସମ୍ବଲପୁର: ବିଦାୟ ନେଇଛନ୍ତି ମାଆ ଦୁର୍ଗା । ଶୁକ୍ରବାର ସମ୍ବଲପୁର ସହର ତଥା ହୀରାକୁଦ ଓ ବୁର୍ଲା ଅଞ୍ଚଳର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପରେ ମା’ଙ୍କ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ କେତେକ ସ୍ଥାନରେ ଟ୍ରାଫିକ ରୁଟରେ ସାମୟିକ ପରିବର୍ତ୍ତନ କରାଯାଇଥିଲା ।

ସମ୍ବଲପୁରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପର ଭାସାଣି ସମ୍ପନ୍ନ

ଜଗତ ଜନନୀ ମାଆ ଦୁର୍ଗାଙ୍କୁ ଦିଆଯାଇଛି ବିଦାୟ । ଶୁକ୍ରବାର ସମ୍ବଲପୁର ସହରର ଧନୁପାଲି, ଫାଟକ, ଅଇଁଠାପାଲି ଦୁର୍ଗା ପୂଜା କମିଟି ସହ ହୀରାକୁଦ ଓ ବୁର୍ଲା ସହରରେ ମଧ୍ୟ ମାଆ ଦୁର୍ଗାଙ୍କ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା 5 ଟାରୁ ବିଭିନ୍ନ ଦୁର୍ଗା ପୂଜା କମିଟିର ଭାସାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ତେବେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ ପୂଜା କମିଟି ପାଇଁ ଭିନ୍ନ ଭିନ୍ନ ଶୋଭାଯାତ୍ରାର ରୁଟ ଓ ସମୟସୀମା ନିର୍ଦ୍ଧାରିତ କରାଯାଇଥିଲା ।

ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ପୂଜା କମିଟି ଧନୁପାଲି ଦୁର୍ଗା ପୂଜା କମିଟି, ଅଇଁଠାପାଲି, ଫାଟକ ଦୁର୍ଗା ପୂଜା କମିଟି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିପାଇଁ 11 ପ୍ଲାଟୁନ ପୋଲିସ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିଲେ । ଜଣେ ଅତିରିକ୍ତ ଏସପି ଓ ଜଣେ ଡିଏସପି ସମ୍ବଲପୁର ସହରର ଭସାଣି ଶୋଭଯାତ୍ରାର ସୁରକ୍ଷା ବ୍ୟବସ୍ଥାର ପ୍ରତ୍ୟକ୍ଷ ତତ୍ୱାବଧାନରେ ଥିଲେ। ମାଆଙ୍କ ଭସାଣି ଶୋଭଯାତ୍ରାରେ ପ୍ରାରମ୍ପରିକ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ରଙ୍ଗୀନ ଆଲୋକ ସାଜସଜ୍ଜା ସହ ଆତସ ବାଜି ଓ ପାରମ୍ପରିକ ନୃତ୍ୟ ଗୀତର ତାଳେ ତାଳେ ମାଆଙ୍କ ଭସାଣି ଶୋଭଯାତ୍ରା ସମ୍ପନ୍ନ ହୋଇଥିଲା। ଏଥିସହ ମାଆଙ୍କ ଭସାଣି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ନଦୀ ଓ ନାଳରେ ସ୍ୱତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details