ଓଡିଶା

odisha

ETV Bharat / state

ଚନ୍ଦ୍ରଗ୍ରହଣ ପାଇଁ ଦିନ ବେଳା ହେବ ମା ସମଲେଶ୍ବରୀ ମନ୍ଦିରରେ ନୂତନ ଧ୍ବଜାରୋହଣ ନୀତି

ସମ୍ବଲପୁରର ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରରେ ଆସନ୍ତା କୁମାର ପୂର୍ଣ୍ଣମୀ ତିଥିରେ କିଭଳି କାର୍ଯ୍ୟନିର୍ଘଣ୍ଟ କରାଯାଇଛି, ସେ ନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ l କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣକୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ଭାବେ ନିଷ୍ପତ୍ତି ନେଇଥିବା ବେଳେ ମଙ୍ଗଳ ଆଳତୀ ସକାଳ ୫ ଟାରେ କରାଯିବାପରେ ସାଧାରଣ ଦର୍ଶନ ସକାଳ ୬ ଟାରୁ ଦିନ ୧୧.୪୫ ଟା ପର୍ଯ୍ୟନ୍ତ ହେବ l ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 26, 2023, 9:29 PM IST

ଚନ୍ଦ୍ରଗ୍ରହଣ ପାଇଁ ଦିନ ବେଳା ହେବ ମା ସମଲେଶ୍ବରୀ ମନ୍ଦିରର ନୂତନ ଧ୍ବଜାରୋହଣ ନୀତି
ଚନ୍ଦ୍ରଗ୍ରହଣ ପାଇଁ ଦିନ ବେଳା ହେବ ମା ସମଲେଶ୍ବରୀ ମନ୍ଦିରର ନୂତନ ଧ୍ବଜାରୋହଣ ନୀତି

ଚନ୍ଦ୍ରଗ୍ରହଣ ପାଇଁ ଦିନ ବେଳା ହେବ ମା ସମଲେଶ୍ବରୀ ମନ୍ଦିରର ନୂତନ ଧ୍ବଜାରୋହଣ ନୀତି

ସମ୍ବଲପୁର: ଆସନ୍ତା ୨୮ ତାରିଖ କୁମାର ପୂର୍ଣ୍ଣୀମା ଓ ଚନ୍ଦ୍ରଗ୍ରହଣ ଥିବା ବେଳେ ଏହି ଦିନ ମା ସମଲେଶ୍ବରୀଙ୍କ ରାଜ ରାଜେଶ୍ବରୀ ବେଶ ହୋଇଥାଏ l ଏହି ଦିନ ସମଲେଶ୍ବରୀ ମନ୍ଦିରର ନୂତନ ଧ୍ବଜାରୋହଣ କରାଯିବାର ପରମ୍ପରା ରହିଛି l ପ୍ରତ୍ୟେକ ବର୍ଷ ରାତିରେ ଏହି ଧ୍ବଜାରୋହଣ ହୋଇଥାଏ l ଏଥର କୁମାର ପୂର୍ଣିମାରେ ଚନ୍ଦ୍ରଗ୍ରହଣ ଥିବାରୁ ଧ୍ବଜାରୋହଣ ଦିନ ବେଳା ହେବାକୁ ଥିବା ବେଳେ ମନ୍ଦିରର ନୂତନ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରାଯାଇଛି l ଏନେଇ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସୂଚନା ଦେଇଛନ୍ତି l

ଅଧିକ ପଢନ୍ତୁ- ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ସମଲେଶ୍ବରୀ, ଭକ୍ତଙ୍କ ପାଇଁ ଆସିଲା ଗାଇଡଲାଇନ

ସମ୍ବଲପୁରର ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରରେ ଆସନ୍ତା କୁମାର ପୂର୍ଣ୍ଣମୀ ତିଥିରେ କିଭଳି କାର୍ଯ୍ୟନିର୍ଘଣ୍ଟ କରାଯାଇଛି, ସେ ନେଇ ସୂଚନା ଦେଇଛନ୍ତି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁ l କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣକୁ ଆଖି ଆଗରେ ରଖି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ମନ୍ଦିର ପୂଜକ ମିଳିତ ଭାବେ ନିଷ୍ପତ୍ତି ନେଇଥିବା ବେଳେ ମଙ୍ଗଳ ଆଳତୀ ସକାଳ ୫ ଟାରେ କରାଯିବାପରେ ସାଧାରଣ ଦର୍ଶନ ସକାଳ ୬ ଟାରୁ ଦିନ ୧୧.୪୫ ଟା ପର୍ଯ୍ୟନ୍ତ ହେବ l ଏହା ପରେ ୧୧ଟା ୪୫ ରୁ ୨ ଟା ପଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ l ଏହି ସମୟରେ ମାଙ୍କ ନିକଟରେ ଅନ୍ନଭୋଗ ଲାଗିହେବ l ଏହାପରେ ମାଙ୍କ ରାଜରାଜେଶ୍ବରୀ ବେଶ ସହ ମନ୍ଦିର ଧ୍ବଜରୋହଣ ପର୍ବ ଓ ମହାଦୀପ ଉଠିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପରେ ଅପରାହ୍ନ ୨ ଟାରୁ ୩.୧୫ ପଯ୍ୟନ୍ତ ପୁଣି ଥରେ ଶ୍ରଦ୍ଧାଳ ଓ ଭକ୍ତଙ୍କୁ ସାଧାରଣ ଦର୍ଶନର ସୁଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି l ଏହାପରେ ଚନ୍ଦ୍ର ଗ୍ରହଣ ଯୋଗୁଁ ମନ୍ଦିର ବନ୍ଦ ରହିବ ବୋଲି କହିଛନ୍ତି ମା ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details