ଓଡିଶା

odisha

ETV Bharat / state

ଏଟିଏମ ମେସିନ ନେଇଗଲେ ଲୁଟେରା - ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ମାଝିପାଲି ପୋଲିସ ଆଉଟ ପୋଷ୍ଟ ନିକଟରେ ଥିବା ଏକ ଏଟିଏମକୁ ଲୁଟି ନେଇଛନ୍ତି କିଛି ଦୁର୍ବୁତ୍ତ l ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି l ଅଧିକ ପଢନ୍ତୁ

lootera looted ATM in smbalpurBharat
ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

By

Published : Aug 12, 2022, 10:40 PM IST

ସମ୍ବଲପୁର:ଜିଲ୍ଲାରେ ମାତିଛନ୍ତି ଲୁଟେରା । ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ମାଝିପାଲି ପୋଲିସ ଆଉଟ ପୋଷ୍ଟ ନିକଟରେ ଥିବା ଏକ ଏଟିଏମକୁ ଲୁଟି ନେଇଛନ୍ତି କିଛି ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଜଣା ପଡିଛି । ଚୋରୀ ହୋଇଥିବା ଏଟିଏମରେ କେତେ ଟଙ୍କା ରହିଥିଲା ସେନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ସୂଚନା ଅନୁସାରେ, ସମ୍ବଲପୁର ଶାସନ ଥାନା ଅନ୍ତର୍ଗତ ମାଝିପାଲି ପୋଲିସ ଆଉଟ ପୋଷ୍ଟ ନିକଟରେ ଥିବା ଏକ ଏଟିଏମରେ ଭଙ୍ଗାରୁଜା ହେବାସହ ଏଟିଏମ ମେସିନ ନଥିବା ଦେଖି ବ୍ୟାଙ୍କକୁ ଖବର ଦେଇଥିଲେ ସ୍ଥାନିୟ ଲୋକେ । ଏହାପରେ ସୂଚନା ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ସମ୍ବଲପୁର ଏସପି କହିଛନ୍ତି, " ଭୋର ତିନିଟାରୁ ୪ଟା ମଧ୍ୟରେ ଏଟିଏମ ଚୋରୀ ହୋଇଛି । ଏହି ଅପରାଧୀମାନେ ସ୍ଥାନୀୟ ଅପରାଧୀ ନୁହନ୍ତି, ଏମାନେ ବାହାର ରାଜ୍ୟର ଅପରାଧୀ । ଏମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଗୁଡିକ ଯାଞ୍ଚ କରୁଛନ୍ତି । ସମାନ ଢଙ୍ଗରେ ଏଟିଏମ ଲୁଟ କରୁଥିବା ଲୁଟେରାମାନଙ୍କର ତାଲିକା ପୋଲିସ ନିକଟରେ ରହିଛି ଏବଂ ସେମାନଙ୍କ ଗତିବିଧି ଟ୍ରାକ କରାଯାଉଛି । ଖୁବ ଶୀଘ୍ର ସେମାନେ ଧରା ପଡିବେ ।"

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details