ଓଡିଶା

odisha

ETV Bharat / state

ବୁର୍ଲା ମେଡ଼ିକାଲରୁ ଚୋରି, ନେଇଗଲେ ଲାପଟପ-ପ୍ରିଣ୍ଟର - Burla Bhimsar Medical Theft

ବୁର୍ଲା ଭୀମସାର ମେଡ଼ିକାଲର ବିଭିନ୍ନ ବିଭାଗରୁ ଚୋରି । ମେଡିକାଲ କଲେଜର ୪ଟି ବିଭାଗର ତାଲା ଭାଙ୍ଗି ଗତ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ବୁର୍ଲା ଭୀମସାର ମେଡ଼ିକାଲର ବିଭିନ୍ନ ବିଭାଗରୁ ଚୋରୀ
ବୁର୍ଲା ଭୀମସାର ମେଡ଼ିକାଲର ବିଭିନ୍ନ ବିଭାଗରୁ ଚୋରୀ

By

Published : Mar 26, 2021, 5:14 PM IST

ସମ୍ବଲପୁର: ବୁର୍ଲା ଭୀମସାର ମେଡ଼ିକାଲର ବିଭିନ୍ନ ବିଭାଗରେ ଚୋରି । ମେଡିକାଲ କଲେଜର ୪ଟି ବିଭାଗର ତାଲା ଭାଙ୍ଗି ଗତ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମେଡ଼ିକାଲ କର୍ତ୍ତୃପକ୍ଷ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବୁର୍ଲା ଭୀମସାର ମେଡ଼ିକାଲର ବିଭିନ୍ନ ବିଭାଗରୁ ଚୋରୀ

ବୁର୍ଲା ଏସଡିପିଓ ଏବଂ ଥାନା ଅଧିକାରୀ ଆସି ତଦନ୍ତ ଆରମ୍ଭ କରିଛନ୍ତି । ଭିମସାରର ଏଫଏମଟି, ପାଥୋଲୋଜି, ଆନାଟୋମି, ମାଇକ୍ରୋ ବାଇଓଲୋଜି ବିଭାଗରୁ ଚୋରି ହୋଇଥିବା ଜଣାପଡିଛି ।

ବୁର୍ଲା ଥାନା ଅଧିକାରୀଙ୍କ ସୂଚନା ଅନୁସାରେ 2 ଟି ଲାପଟପ, ଗୋଟେ ପ୍ରିଣ୍ଟର ଓ ଗୋଟେ ପ୍ରୋଜେକ୍ଟର ଚୋରି ହୋଇଛି । ଏନେଇ ତଦନ୍ତ ଜାରି ରହିଥିବା ବୁର୍ଲା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ କୁମାର ରଣା, ଇଟିଭି ଭାରତ

ABOUT THE AUTHOR

...view details