ସମ୍ବଲପୁର: କୋଭିଡର ଦ୍ରୁତ ସଂକ୍ରମଣ ଉପରେ ନିୟନ୍ତ୍ରଣ କରିବା ପାଇଁ ବୁଧବାରଠୁ 19 ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବାବେଳେ ସମ୍ବଲପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
ସମ୍ବଲପୁରରେ ଲକଡାଉନ କଡାକଡ଼ି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଛଡା ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ସକାଳ 6 ରୁ 12 ଟା ପର୍ଯ୍ୟନ୍ତ ପନିପରିବା ଦୋକାନ ଖୋଲା ରହିଥିଲା। ଅନ୍ୟପଟେ ସହରର ଲକଡାଉନ ସ୍ଥିତି ପରଖିବା ପାଇଁ ସମ୍ବଲପୁର ମହାନଗର ଅଞ୍ଚଳରେ 9 ଟି ଷ୍ଟାଟିକ ପଏଣ୍ଟ ଖୋଲାଯାଇଛି ।
ସମ୍ବଲପୁରରେ ଲକଡାଉନ କଡାକଡ଼ି ସମ୍ବଲପୁରରେ ଲକଡାଉନ କଡାକଡ଼ି ଏହା ସହ ଜିଲ୍ଲାର ପ୍ରତ୍ୟେକ ଥାନାରେ 2ଟି ଲେଖାଏଁ ମୋବାଇଲ ପାଟ୍ରୋଲିଂ ଗାଡି ଦିନ ତମାମ ପାଟ୍ରୋଲିଂ କରୁଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଆଇ ଜି ନରସିଂହ ଭୋଳ । ଏହାସହ ବୁଧବାର ସେ ନିଜେ ସମ୍ବଲପୁର ସହର ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଥିବା ସୂଚନା ଦେଇଛନ୍ତି ।
ଅମାନିଆଙ୍କଠୁ ଫାଇନ ଆଦାୟ କରିବା ସହ ଗାଡି ମଧ୍ୟ ପୋଲିସ ସିଜ କରିଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଆଇଜି । ଅନ୍ୟପଟେ ଲକଡାଉନର ପ୍ରଥମ ଦିନ ହୋଇଥିବାରୁ ବୁଧବାର କେତେକ କ୍ଷେତ୍ରରେ ଲୋକଙ୍କୁ କୋହଳ କରାଯାଇଛି । ଗୁରୁବାର ଠାରୁ ଅମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଅନ୍ୟପଟେ ଲୋକେ ପୋଲିସକୁ ଭୟ ନକରି ଆଇନକୁ ସମ୍ମାନ ଦିଅନ୍ତୁ ବୋଲି ଆଇଜି କହିଛନ୍ତି ।
ସମ୍ବଲପୁରରେ ଲକଡାଉନ କଡାକଡ଼ି ଆବଶ୍ୟକ ପଡ଼ିଲେ 2ଟି ମାସ୍କ ଲଗାଇ ଘରୁ ବାହାରନ୍ତୁ ବୋଲି ଆଇଜି ଅପିଲ କରିଛନ୍ତି । ପୋଲିସ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର କଲେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଜି କହିଛନ୍ତି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ