ଓଡିଶା

odisha

ETV Bharat / state

ରୋଜଗାର ଫେରାଇବାକୁ ଦାବି କଲେ ଲାଇଟ ସାଉଣ୍ଡ ସଙ୍ଘ

ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି । ଏଣୁ ବ୍ୟବସାୟ ପାଇଁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଲାଇଟ ସାଉଣ୍ଡ ମାଲିକ ଆସୋସିଏସନ । ଅଧିକ ପଢନ୍ତୁ...

By

Published : Aug 10, 2021, 10:31 PM IST

ଲାଇଟ ସାଉଣ୍ଡ ମାଲିକ ଅସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଲାଇଟ ସାଉଣ୍ଡ ମାଲିକ ଅସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର:ବର୍ତ୍ତମାନ ରାଜ୍ୟରେ କୋଭିଡ ନିୟନ୍ତ୍ରଣାଧୀନ ରହିଛି । ଯେଉଁ କାରଣରୁ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ମାତ୍ର ବିବାହ, ବ୍ରତ ଓ ଅନ୍ୟାନ୍ୟ ଉତ୍ସବରେ ପୂର୍ବ କଟକଣା ବଳବତ୍ତର ରହିଛି । ଫଳସୂରୁପ ଏହି ଉତ୍ସବରୁ ରୋଜଗାର କରୁଥିବା ଟେଣ୍ଟ, ଲାଇଟ, ସାଉଣ୍ଡ ବ୍ୟବସାୟୀ ଦୀର୍ଘ ଦିନ ହେବ କଷଣ ଭୋଗୁଛନ୍ତି । ଏଣୁ ବର୍ତ୍ତମାନ ରାଜ୍ୟ ସରକାର ସେମାନଙ୍କୁ ବ୍ୟବସାୟ ପାଇଁ ଅନୁମତି ଦେବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ସମ୍ବଲପୁର ଲାଇଟ ସାଉଣ୍ଡ ମାଲିକ ଆସୋସିଏସନ ।

ଲାଇଟ ସାଉଣ୍ଡ ମାଲିକ ଅସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଏହି ପରିପ୍ରେକ୍ଷୀରେ ଆସୋସିଏସନ ସଦସ୍ୟ ମଙ୍ଗଳବାର ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଜିଲ୍ଲାରେ ସଂକ୍ରମଣ ମାତ୍ରା ବହୁକ କମ୍ ଥିବାବେଳେ ସରକାର କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରନ୍ତୁ ବୋଲି ସଙ୍ଘ ଦାବି କରିଛି । ଲାଇଟ ସାଉଣ୍ଡ ବ୍ୟବସାୟ ଉପରେ ପରିବାର ପ୍ରତିପୋଷଣ ପାଇଁ ଲକ୍ଷ ଲକ୍ଷ ଲୋକ ନିର୍ଭର କରୁଥିବାବେଳେ ବିଭିନ୍ନ ଉତ୍ସବରେ ସମୀତ ସଂଖ୍ୟକ ଲୋକଙ୍କ ଉପସ୍ଥିତି ପାଇଁ ସରକାର ଅନୁମତି ଦେଇଛନ୍ତି । ତେଣୁ ଏହି ସଂଖ୍ୟାକୁ ବୃଦ୍ଧି କରି 300 କଲେ ଅନେକ ଲୋକଙ୍କ ଉପକାର ହେବ ବୋଲି ଆସୋସିଏସନ କହିଛି । ଏ ଦିଗରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେଇ ତାଙ୍କ ଦାବି ମାନି ନେବାକୁ ଅନୁରୋଧ କରିଛି କରିଛି ସଙ୍ଘ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details