ସମ୍ବଲପୁର: ମା ସମଲେଶ୍ବେରୀ ସମସ୍ତଙ୍କ ମନୋକାମନା ପୂରଣ କରନ୍ତି । ସେଇଥିପାଇଁ ଭକ୍ତମାନେ ନିଜର ଦୁଃଖ ଜଣାଇବାକୁ ମାଆଙ୍କ ପାଖକୁ ଧାଇଁ ଆସନ୍ତି । ବିଭିନ୍ନ ଉପାୟରେ ମାଆଙ୍କୁ ଜଣାଇଥାନ୍ତି ନିଜର ଦୁଃଖ । ଏଭଳି ଅନେକ ଦୁଃଖଭରା ଚିଠି ଦେଖିବାକୁ ମିଳିଛି ମା ସମଲେଶ୍ବେରୀଙ୍କ ଦାନ ବାକ୍ସରୁ । ଦୁଇ ଜଣ ଭକ୍ତ ନିଜ ଅସୁବିଧାକୁ ଚିଠିରେ ଲେଖି ମାଙ୍କୁ ଜଣାଇବା ସହ ହୁଣ୍ଡି ବାକ୍ସରେ ପକାଇଥିବା ଦେଖିବାକୁ ମିଳିଛି ।
ମାଆ ହିଁ ଏକା ସାହା; ପ୍ରେମ ଓ ଅର୍ଥ ପାଇଁ ସମଲେଶ୍ବରୀଙ୍କୁ ଭକ୍ତଙ୍କ ଚିଠି
ଭକ୍ତମାନେ ନିଜର ଦୁଃଖକୁ ଚିଠି ମାଧ୍ୟମରେ ଜଣାଉଥିବା ଦେଖିବାକୁ ମିଳିଛି । ଏଭଳି ଦେଖବାକୁ ମିଳିଛି ମା ସମଲେଶ୍ବେରୀଙ୍କ ମନ୍ଦିରରେ । ଅଧିକ ପଢନ୍ତୁ...
ପ୍ରତ୍ୟେକ ମାସରେ ଏହି ହୁଣ୍ଡି ଖୋଲାଯାଉଥିବାବେଳେ ଏଥର 2ଟି ଚିଠି ମିଳିଛି। ପୁଳାପୁଳା ଟଙ୍କା ସହ ଦୁଇଟି ଭକ୍ତଙ୍କର ହାତ ଲେଖା ଚିଠି ବାହାରିଥିଲା । ଗୋଟିଏ ଚିଠିରେ ଗୋଟିଏ ଝିଅ ତା ପ୍ରେମିକ ସହିତ ସମ୍ପର୍କକୁ ନେଇ କେବେ କିଛି ଭୁଲ ବୁଝାମଣା ନହେଉ ବୋଲି ଉଲ୍ଲେଖ କରିଛି । ସବୁ ସମସ୍ୟାର ସମାଧାନ ହେବା ସହ ଶୀଘ୍ର ବିବାହ ହୋଇଯାଉ ବୋଲି କାମନା କରିଛି । ସେହିଭଳି ଅନ୍ୟଜଣେ ଭକ୍ତ ଏ ମାସ ଶେଷ ପୂର୍ବରୁ ଅଟକି ଥିବା ପାଉଣା ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟକୁ ଚାଲିଆସୁ ବୋଲି ଅନୁରୋଧ କରିଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ହୁଣ୍ଡି ମିଳୁଥିବା ଚିଠି ଗୁଡିକୁ ପାଠ ମଧ୍ୟ କରାଯାଏ। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ