ଓଡିଶା

odisha

ETV Bharat / state

ରେଢ଼ାଖୋଲରୁ କଲରାପତରିଆ ବାଘ ଚମଡା ଜବତ, ଜଣେ ଗିରଫ - କଲରାପତରିଆ ବାଘ ଚମଡା ଜବତ

ରେଢ଼ାଖୋଲ ଅଞ୍ଚଳରୁ ଏକ କଲରାପତରିଆ ବାଘର ଚମଡା ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ଫଟୋ ସୌଜନ୍ୟ- ସମ୍ବାଦାଦାତା, ସମ୍ବଲପୁର

By

Published : Aug 7, 2019, 9:59 PM IST

ସମ୍ବଲପୁର: ସ୍ଥାନୀୟ ରେଢ଼ାଖୋଲ ଅଞ୍ଚଳରେ ବାଘ ଚମଡା ଚୋରା ଚାଲାଣ ରାକେଟ ସକ୍ରିୟ । ଏହି ଅଞ୍ଚଳରୁ ଏକ କଲରାପତରିଆ ବାଘର ଚମଡା ଜବତ ହେବା ସହ ଜଣକୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

ଭିଡିଓ ସୌଜନ୍ୟ- ସମ୍ବାଦାଦାତା, ସମ୍ବଲପୁର

ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ଫୁଲ କୁସୁମଠାରୁ କଲରାପତରିଆ ବାଘର ଏକ ଚମଡା ଜବତ କରିଛି ରେଢ଼ାଖୋଲ ବନଖଣ୍ଡ ଓ ବାମରା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ । ବାଘ ଚମଡା ଚୋରା ଚାଲାଣ କରୁଥିବା ମଧୁସୂଦନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଏକକାଳୀନ ସର୍ଚ୍ଚ ଅପରେସନ ଜାରି ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details