ଓଡିଶା

odisha

ETV Bharat / state

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗ, ଆଜିଠୁ କାର୍ଯ୍ୟରେ ଯୋଗଦେଲେ ଓକିଲ - ସମ୍ବଲପୁରରେ ଜାରି ରହିଥିବା ନ୍ୟାୟିକ ଅଚଳାବସ୍ଥା

ଶେଷରେ ସମ୍ବଲପୁରରେ ଜାରି ରହିଥିବା ନ୍ୟାୟିକ ଅଚଳାବସ୍ଥା ଆଜିଠୁ ସ୍ୱାଭାବିକ ହୋଇଛି। ଆଜିଠୁ ଓକିଲମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

lawyers protest in sambalpur
lawyers protest in sambalpur

By

Published : Jan 3, 2023, 8:44 PM IST

lawyers protest in sambalpur

ସମ୍ବଲପୁର: ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ସମ୍ବଲପୁରରେ ଜାରି ରହିଥିବା ନ୍ୟାୟିକ ଅଚଳାବସ୍ଥା ସ୍ୱାଭାବିକ ହୋଇଛି। ଆଜିଠୁ କୋର୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି ଓକିଲ । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ଗତ 12 ତାରିଖରୁ ସମ୍ବଲପୁରର କୋର୍ଟ କଚେରୀରେ ଓକିଲମାନେ କାର୍ଯ୍ୟରେ ଯୋଗ ଦେଉନଥିଲେ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିବା ସମୟରେ ଆନ୍ଦୋଳନକାରୀ ଜଜଙ୍କ ଚେମ୍ବରରେ ପଶି ଭଙ୍ଗାରୁଜା କରିବା ପରେ ସ୍ଥିତି ଆହୁରି ସଙ୍ଗିନ ହୋଇଥିଲା ।

ଏହାପରେ କୋର୍ଟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ 144 ଧାରା ଲଗା ଯାଇଥିଲା । ଯାହା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିଛି । ତେବେ ଗତକାଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ବୈଠକ ପରେ ଆଜିଠୁ ଓକିଲ ମାନେ କାର୍ଯ୍ୟରେ ଯୋଗ ଦେଇଥିବା ସୂଚନା ଦେଇଛନ୍ତି । ଫଳରେ ଆଜିଠୁ ସାଧାରଣ ଜନତାଙ୍କ କୋର୍ଟ କଚେରୀରେ ଥିବା କାର୍ଯ୍ୟ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । ତେବେ କୋର୍ଟ ଅଞ୍ଚଳରେ 144 ଧାରା ଜାରି ଥିବାରୁ ସାଧାରଣ ଲୋକ କୋର୍ଟ ଆସିବାକୁ ଭୟ କରୁଥିବା କହିଛନ୍ତି ଓକିଲ ।

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ସମ୍ବଲପୁରରେ ଜାରି ରହିଥିବା ନ୍ୟାୟିକ ଅଚଳାବସ୍ଥା ଆଜିଠୁ ଦୂର ହୋଇଛି। ଗତଡିସେମ୍ବର 12ରୁ ସମ୍ବଲପୁରରେ କୋର୍ଟ କଚେରୀରେ ଓକିଲ ଯୋଗ ଦେଉନଥିବାରୁ ନ୍ୟାୟିକ ଅଚଳାବସ୍ଥା ଜାରି ରହିଥିଲା। ତେବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ନିଷ୍ପତ୍ତି କ୍ରମେ ଆଜିଠୁ ଓକିଲ ମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି।



ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details