ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚର ପ୍ରତିଷ୍ଠା ପାଇଁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସମେତ ପୁରା ପଶ୍ଚିମାଞ୍ଚଳ ଓକିଲ ସଂଘ ପକ୍ଷରୁ ଦୀର୍ଘ ଦିନ ହେଲା ଆନ୍ଦୋଳନ ଜାରି ରହିଛି । ଏହି କ୍ରମରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରତ୍ୟେକ ବୁଧବାର ଦିନ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ଓ କୋର୍ଟ କଚେରୀ କୁ ବନ୍ଦ କରି ଅଚଳ କରିଦେଉଛନ୍ତି । ଏଭଳି ପରିସ୍ଥିତି ଯୋଗୁଁ ବର୍ତ୍ତମାନ Bar Council of India ଓ State Bar Council ନିର୍ଦେଶ ଦେଇଛନ୍ତି ଯେ ଏଣିକି ଓକିଲ ମାନେ କୌଣସି ଆନ୍ଦୋଳନ କରି କୋର୍ଟ ବନ୍ଦ କଲେ ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ।
ତେବେ ଏନେଇ ଆଜି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସର୍ବ ସମ୍ମତି କ୍ରମେ ଏହି ନିଷ୍ପତି ନିଆଯାଇଛି ଯେ ’’ ଓକିଲଙ୍କ ଆନ୍ଦୋଳନ ଅଟକିବ ନାହିଁ । ଆନ୍ଦୋଳନ ପୂର୍ବ ପରି ଜାରି ରହିବ (lawyers association threaten to continue protest) । କୌଣସି ଜଣେ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବା ତାଙ୍କର ଲାଇସେନ୍ସ ରଦ୍ଦ ହେଲେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମସ୍ତ 1600 ଓକିଲ ନିଜର ଲାଇସେନ୍ସ (ସରେଣ୍ଡର) surrender କରିବେ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହା ସହ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।’’
ଏହାବି ପଢନ୍ତୁ- High Court Permanent Bench: ବିଚାରପତିଙ୍କୁ ଅଟକାଇଲେ ଓକିଲ
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ପ୍ରତ୍ୟେକ ବୁଧବାର କୋର୍ଟ କଚେରୀ ଓ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଅଚଳ କରୁଛି ଜିଲ୍ଲା ଓକିଲ ସଂଘ । ତେବେ ଏହି ଆନ୍ଦୋଳନ ନେଇ Bar Council of India ଓ State Bar Council ପକ୍ଷରୁ କଠୋର ଆଭିମୁଖ୍ୟ ଦେଖାଯାଇଛି । ଏଣିକି ଏଭଳି ଆନ୍ଦୋଳନ କଲେ ଓକିଲଙ୍କ ଲାଇସେନ୍ସ ରଦ୍ଦ ହେବ ବୋଲି ଚିଠି କରାଯାଇଥିଲା ।