ସମ୍ବଲପୁର:ପୁଣି ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ଏନେଇ ବୁଧବାର ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ଓ କୋର୍ଟ କଚେରୀ ବନ୍ଦ କରାଯାଇଛି । ଏହାର ପ୍ରଭାବରେ ବୁଧବାର ସମ୍ବଲପୁରର ଜିଲ୍ଲାପାଳ, ଆରଡିସିଙ୍କ କାର୍ଯ୍ୟାଳୟ ସହ ସମସ୍ତ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା ।
ସମ୍ବଲପୁରରେ ତେଜିଲା ହାଇକୋର୍ଟ ବେଞ୍ଚ ସ୍ଥପନା ପାଇଁ ଆନ୍ଦୋଳନ । ବୁଧବାର ଜିଲ୍ଲା ଓକିଲ ସଂଘର ଡାକରାରେ ସଂଘର ସଦସ୍ୟମାନେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ କରିଥିଲେ । ଏହାର ପ୍ରଭାବରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଏପଟେ ସମସ୍ତ କୋର୍ଟ କଚେରୀ ମଧ୍ୟ ବନ୍ଦ କରାଯାଇଥିଲା । ବିଚାରପତି ମାନେ କୋର୍ଟକୁ ଯିବା ସମୟରେ ସଂଘର ସଦସ୍ୟମାନେ ବିଚାରପତିଙ୍କୁ ଅଟକାଇ କୋର୍ଟକୁ ଯିବାକୁ ଦେଇନଥିଲେ ।