ଓଡିଶା

odisha

ETV Bharat / state

ଓକିଲ ଆନ୍ଦୋଳନକୁ ସମାଲୋଚନା ପଡିଲା ମହଙ୍ଗା, ଯୁବକ ଗିରଫ - issue

ସୋସିଆଲ ମିଡ଼ିଆ ଫେସବୁକରେ ହାଇକୋର୍ଟ ବେଞ୍ଚ ପାଇଁ ଓକିଲ ଆନ୍ଦୋଳନ ବିଷୟରେ ନିଜସ୍ବ ମନ୍ତବ୍ୟ ରଖିବା ସହ ସମାଲୋଚନା କରିବା ପଡିଲା ମହଙ୍ଗା । ସମ୍ବଲପୁର ବୁର୍ଲା ମଣ୍ତଳ ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରଭାସ ପୃସେଠଙ୍କୁ ଶୁକ୍ରବାର ବୁର୍ଲା ପୋଲିସ ଏହି ମାମଲାରେ ଗିରଫ କରିଥିବା ସୂଚନା ମିଳିଛି ।

By

Published : Feb 9, 2019, 3:49 AM IST

Updated : Feb 9, 2019, 3:59 AM IST

ସମ୍ବଲପୁର: ସୋସିଆଲ ମିଡ଼ିଆ ଫେସବୁକରେ ହାଇକୋର୍ଟ ବେଞ୍ଚ ପାଇଁ ଓକିଲ ଆନ୍ଦୋଳନ ବିଷୟରେ ନିଜସ୍ବ ମନ୍ତବ୍ୟ ରଖିବା ସହ ସମାଲୋଚନା କରିବା ପଡିଲା ମହଙ୍ଗା । ସମ୍ବଲପୁର ବୁର୍ଲା ମଣ୍ତଳ ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରଭାସ ପୃସେଠଙ୍କୁ ଶୁକ୍ରବାର ବୁର୍ଲା ପୋଲିସ ଏହି ମାମଲାରେ ଗିରଫ କରିଥିବା ସୂଚନା ମିଳିଛି ।

ଗତ 5ମାସ ହେଲା ପଶ୍ଚିମ ଓଡିଶା ହାଇକୋର୍ଟ ବେଞ୍ଚ ପାଇଁ ଆନ୍ଦୋଳନରତ ରହିଛନ୍ତି ଓକିଲମାନେ । ଓକିଲମାନେ ପ୍ରଥମେ କହିଥିଲେ ଯେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରୀଙ୍କୁ ଏଠାରେ କାର୍ଯ୍ୟକ୍ରମ କରାଇ ଦିଆଯିବ ନାହିଁ । ତେବେ ଗତ 1 ତାରିଖ ସମ୍ବଲପୁର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ କାହିଁକି ବିରୋଧ କରାଗଲା ନାହିଁ ବୋଲି କହିବା ସହ ଓକିଲ ଆନ୍ଦୋଳନ ସୋସିଆଲ ମିଡିଆରେ ସମାଲୋଚନା କରି ପୋଷ୍ଟ କରିଥିଲେ ପ୍ରଭାସ ପୃସେଟ ।

5ମାସ ହେଲା ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ ବନ୍ଦ ରହିଥିବା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ବୋଲି କହିଥିଲେ ପ୍ରଭାସ । ଯେତେ ଦିନ ପର୍ଯ୍ୟନ୍ତ ଏ ସବୁ ଖୋଲା ନ ହେବ ସେ ଅନଶନରେ ରହିବେ ଓ ଜାମିନ ପାଇଁ ଆବେଦନ କରିବେନି ବୋଲି କହିଛନ୍ତି । ଓକିଲ ସଂଘର ଚାପରେ ପୋଲିସ ତାଙ୍କୁ ଗିରଫ କରିଥିବାର ପ୍ରଭାସ କହିଛନ୍ତି । ଓକିଲ ସଂଘ ସଂପାଦକ ପ୍ରଭାସଙ୍କ ବିରୋଧରେ ବୁର୍ଲା ଥାନାରେ ଅଭିଯୋଗ କରିଥିବାରୁ ଆଜି ବୁର୍ଲା ପୋଲିସ ଭୋର ସକାଳୁ ପ୍ରଭାସଙ୍କୁ ଗିରଫ କରିଛି । ଅପରାହ୍ଣରେ ସମ୍ବଲପୁର ଅଣାଯାଇ ପ୍ରଭାସଙ୍କୁ ଟାଉନ ଥାନାରେ ରଖି କୋର୍ଟ ଚାଲାଣ କରାଯାଇଛି । ଏହି ଗିରଫଦାରୀକୁ ନେଇ ଭିନ୍ନଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ଆସିଛି ।


ସମ୍ବଲପୁରରୁ ବାଦ ଶାହା ଜୁସ୍ମନ ରାଣା, ଇଟିଭି ନ୍ୟୁଜ

Last Updated : Feb 9, 2019, 3:59 AM IST

ABOUT THE AUTHOR

...view details